www.samajalive.in
Sunday, December 7, 2025
26.1 C
Bhubaneswar

ଚୀନ୍‌ରେ ଦୁଇ କାରାଗାର କରୋନା ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ଶନିବାର ସକାଳ ସୁଦ୍ଧା ଚୀନ୍‌ରେ ସଂକ୍ରମଣ ସଂଖ୍ୟା ୭୭ହଜାର ୬୭୩ ଛୁଇଁଛି। ଅପରପକ୍ଷରେ ମୃତ୍ୟୁ ସଂଖ୍ୟା ୨୩୬୦ରେ ପହଞ୍ଚିଛି। ଗୁରୁବାର ସଂକ୍ରମଣ ରେକର୍ଡ ପରିମାଣରେ ହ୍ରାସ ପାଇଥିଲା ଏବଂ ଗତ ୨୪ଘଣ୍ଟା ମଧ୍ୟରେ ଏହା ନିୟନ୍ତ୍ରିତ ରହିଛି ବୋଲି ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ପକ୍ଷରୁ କୁହାଯାଇଛି। ତେବେ ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୧୮ ବୃଦ୍ଧିପାଇଛି। ଚୀନ୍‌ର ଦୁଇଟି କାରାଗାରକୁ ସଂକ୍ରମଣ ବ୍ୟାପିଛି। ଏଠାରେ ୨୩୪ଜଣ କଏଦୀ ସଂକ୍ରମିତ ହୋଇଛନ୍ତି। ସାନ୍‌ଡଙ୍ଗ ଓ ଝେଜିଆଙ୍ଗସ୍ଥିତ ଏହି ଦୁଇଟି କାରାଗାର ହୁବେଇ ପ୍ରଦେଶ ବାହାରେ। ଏତଦ୍‌ ବ୍ୟତୀତ ଗତ ୨୪ଘଣ୍ଟା ମଧ୍ୟରେ ୨୨୦ଜଣ ନୂଆ ସଂକ୍ରମିତ ହୋଇଥିବା ପ୍ରକାଶ। ଏକ ହୃଦୟ ବିଦାରକ ଘଟଣାକ୍ରମେ କରୋନା ପାଇଁ ନିଜ ବିବାହକୁ ସ୍ଥଗିତ ରଖିଥିବା ଜଣେ ୨୯ବର୍ଷୀୟ ଡାକ୍ତର ପେନ୍‌ ଇଙ୍ଗ୍‌ହୁଆଙ୍କର ଶୁକ୍ରବାର ଉହାନରେ ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ଚିକିତ୍ସାର ଶିକାର ହୋଇଛନ୍ତି ସେ। ଏହାକୁ ମିଶାଇ ମୋଟ ୯ଜଣ ସ୍ବାସ୍ଥ୍ୟକର୍ମୀ ବା ଚିକିତ୍ସକଙ୍କର ମୃତ୍ୟୁ ହେଲାଣି।

ସଂକ୍ରମଣ ଓ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବା ଓ ଚୀନ୍‌ ସରକାର ବାସ୍ତବ ଚିତ୍ର ଗୋପନୀୟ ରଖୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଖଣ୍ଡନ କରିବା ଲକ୍ଷ୍ୟରେ ସରକାର ତଥ୍ୟ ମେଳଣ କରିବା ସମ୍ପର୍କରେ ବିଚାର କରୁଥିବା କମିସନ୍‌ ମୁଖପାତ୍ର ସୂଚନା ଦେଇଛନ୍ତି। ପ୍ରତ୍ୟାହାର କରାଯାଇଥିବା ସମସ୍ତ ପୂର୍ବ ସୂଚନାକୁ କର୍ତ୍ତୃପକ୍ଷ ପୁନଃ ଜାରି କରିବେ ବୋଲି ଏକ ବିବୃତିରେ କୁହାଯାଇଛି। ଗତ ୯ ଦିନ ହେଲା ଗଣତି ଓ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ନୂତନ ​‌େକ‌ୗଶଳ କାର୍ୟ୍ୟକାରୀ ହୋଇଥିବା ଏଥିରେ ସ୍ପଷ୍ଟ କରାଯାଇଛି। ହଂକଂରେ ବହୁସଂଖ୍ୟକ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଇରାନ୍‌ରେ ଶୁକ୍ରବାର ଆଉ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗତ ଦୁଇ ଦିନରେ ଏଠାରେ ଦୁଇ ଜଣଙ୍କ ମୃତ୍ୟୁକୁ ମିଶାଇ ମୋଟ ୪ଜଣ ଏହାର ଶିକାର ହେଲେଣି। ନୂଆ ୧୩ଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧୮ ହୋଇଛି। ଏହି କାରଣରୁ ଇରାକ ଇରାନକୁ ଲାଗିଥିବା ଏହାର ସୀମାକୁ ବନ୍ଦ କରିଦେଇଛି।

- Advertisement -

ଦକ୍ଷିଣ କୋରିଆରେ କରୋନା ଆତଙ୍କ ସୃଷ୍ଟି କରିଛି। ଦେଶର ୪ଟି ମହାନଗରୀରେ ୧୦୦ ନୂଆ ସଂକ୍ରମିତଙ୍କୁ ଠାବ କରାଯିବା ପରେ ଏହି ସଂଖ୍ୟା ୨୦୪ରେ ପହଞ୍ଚିଛି। ସରକାର ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରିବା ସହ ଶୋଭାଯାତ୍ରା ଆଦିକୁ ନିଷେଧ କରିଛନ୍ତି। ସିଓଲର ଏକ ଚର୍ଚ୍ଚରୁ ବୁଧବାରଠାରୁ ଏହା ବ୍ୟାପିଛି। ଏହା ମାଧ୍ୟମରେ ନୂଆ ୪୬ଜଣ ସଂକ୍ରମିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଇସ୍ରାଏଲକୁ ବ୍ୟାପିଛି କରୋନା। ଏଠାରେ ଜଣେ ସଂକ୍ରମିତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଜାପାନୀ ଜାହାଜ ‘ଡାଇମଣ୍ଡ ପ୍ରିନସେସ’ରୁ ଯାତ୍ରୀଙ୍କୁ ଘରକୁ ଫେରାଇ ଦିଆଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୬୩୪ଜଣ ସଂକ୍ରମିତ ହୋଇଥିବା ଜାପାନ ସରକାରୀ ସୂତ୍ରରୁ ପ୍ରକାଶ।

ଚୀନ୍‌କୁ ଔଷଧ ଓ ଅନ୍ୟାନ୍ୟ ସହାୟତା ସାମଗ୍ରୀ ନେଇ ଯିବାକୁ ଥିବା ଭାରତ ବାୟୁସେନାର ସି-୧୭ ବିମାନ ଉଡାଣରେ ବିଳମ୍ବ ହୋଇଛି। ରିଲିଫ ସାମଗ୍ରୀ ନେଇ ଯିବାକୁ ଥିବା ବିମାନକୁ ଉଡାଣ ନିମନ୍ତେ ଚୀନ ଅନୁମତି ଦେବାରେ ବିଳମ୍ବ କରିଥିବା ଭାରତ ବୈଦେଶିକ ମନ୍ତ୍ରଣାଳୟ କହିଛି। ବାୟୁସେନାର ଏହି ବିମାନ ଚୀନରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପରେ ସେଠାରେ ଅଟକି ଥିବା ୮୦ ଭାରତୀୟଙ୍କୁ ଫେରାଇ ଆଣିବ। ଭାରତର ବିମାନ ଉଡାଣ ଅନୁମତି ଦେବା ବିଳମ୍ବ ଅଭିଯୋଗକୁ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍‌ ସୁଆଙ୍ଗ ଖଣ୍ଡନ କରିଛନ୍ତି।

କରୋନା ଭୂତାଣୁ ବ୍ୟାପିବା ନେଇ ଜି-୨୦ ରାଷ୍ଟ୍ରସମୂହର ୨୦ସଦସ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସାଉଦିଆରବରେ ହେବାକୁ ଥିବା ଏହାର ବୈଠକ ସ୍ଥଗିତ ରଖାଯିବା କିମ୍ବା ଏହାର ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯିବା ନେଇ ବିଚାରବିମର୍ଶ ଚାଲିଛି। ଅପରପକ୍ଷରେ ସୁନା ମୂଲ୍ୟ ଉପରେ ଏହା ବ୍ୟାପକ ପ୍ରଭାବ ପକାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ଦୀର୍ଘ ୭ ବର୍ଷରେ ଏହା ରେକର୍ଡସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବିମାନ ଚଳାଚଳ ବ୍ୟବସାୟ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଚୀନ୍‌ର ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଏହା ଧ୍ବସ୍ତବିଧ୍ବସ୍ତ କରିଦେଇଛି। ବିଭିନ୍ନ କଳକାରଖାନା ବନ୍ଦ ହୋଇଯିବା ଦ୍ବାରା ନିଯୁକ୍ତି ସଂକୁଚିତ ହୋଇଛି ଓ ବେକାରୀ ବୃଦ୍ଧିପାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories