www.samajalive.in
Sunday, December 14, 2025
17.1 C
Bhubaneswar

ସାର୍‌ କହିଲେ- ‘‘ପୋକରେ ଭିଟାମିନ୍‌ ଥାଏ, ଚୁପ୍‌ଚାପ୍‌ ଖାଅ’’, ମନା କରିବାରୁ ଭାଙ୍ଗିଦେଲେ ଛାତ୍ରଙ୍କ ହାତ !

ବୈଶାଳି: ବିହାରର ବୈଶାଳି ଜିଲାରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ। ଯେତେବେଳେ ପିଲାମାନେ ଏନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କଲେ, ସେତେବେଳେ ସେ ଦେଇଥିଲେ ଆହୁରି ଅଦ୍ଭୁତ ଉତ୍ତର। ପ୍ରଧାନଶିକ୍ଷକ ପିଲାମାନଙ୍କୁ କହିଥିଲେ, ପୋକରେ ଭିଟାମିନ୍‌ ଥାଏ, ଚୁପ୍‌ଚାପ୍‌ ଖାଅ। କେବଳ ଏତିକି ନୁହେଁ, ଯେତେବେଳେ ଛାତ୍ରଛାତ୍ରୀମାନେ ଏପରି କରିବାକୁ ମନା କରିଦେଲେ, ଶିକ୍ଷକ ସେମାନଙ୍କ ମଧ୍ୟରୁ ଜଣଙ୍କର ହାତ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟରେ ପ୍ରବଳ ପାଟିତୁଣ୍ଡ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଛି।

ବୈଶାଳି ଜିଲାର ଲାଲଗଞ୍ଜ ଅତତୁଲ୍ଲାହପୁର ସ୍ଥିତ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଘଟିଛି ଏପରି ଘଟଣା। ଏଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ଯାଇଥାଏ। ଶନିବାର ମଧ୍ୟ ଭୋଜନ ଦିଆ ଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ଯେତେବେଳେ ଖାଦ୍ୟ ଖାଇବାକୁ ବସିଲେ, ସେତେବେଳେ ସେମାନେ ଭାତରେ ପୋକ ଦେଖିଥିଲେ। ଏନେଇ ସେମାନେ ପ୍ରଧାନଶିକ୍ଷକ ମୋ. ମିସୱାଉଦ୍ଦୀନଙ୍କ ନିକଟରେ ଅଭିଯୋଗ କରିଥିଲେ। ପିଲାଙ୍କୁ ଭଲ ଖାଦ୍ୟ ଦେବା ପରିବର୍ତ୍ତେ ପ୍ରଧାନଶିକ୍ଷକ ସେମାନଙ୍କୁ କିଛି ଅଲଗା ତଥା ଅଦ୍ଭୁତ ଉତ୍ତର ଦେଇଥିଲେ। ପ୍ରଧାନଶିକ୍ଷକ କହିଥିଲେ, ‘‘ପୋକରେ ଭିଟାମିନ୍‌ ଥାଏ, ଚୁପ୍‌ଚାପ୍‌ ଖାଅ’’। ଏହା ଶୁଣି ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

- Advertisement -

ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ। ଏହାକୁ ନେଇ ପ୍ରଧାନଶିକ୍ଷକ ମୋ. ମିସୱାଉଦ୍ଦୀନ ସେମାନଙ୍କୁ ମାଡ଼ ମାରିଥିଲେ। ଏତେ ମାରିଥିଲେ ଯେ, ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଥିଲା। ଏହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା। ଯେଉଁ ଛାତ୍ରର ହାତ ଭାଙ୍ଗିଥିଲା, ତାଙ୍କ ଅଭିଭାବକ ବିଦ୍ୟାଳୟକୁ ଆସି ହୋ ହାଲ୍ଲା କରିଥିଲେ।

ଶିକ୍ଷା ବିଭାଗ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ଅଧିକାରୀମାନେ ଏକ ଟିମ୍ ଗଠନ କରି ବିଦ୍ୟାଳୟକୁ ତଦନ୍ତ ପାଇଁ ପଠାଇଥିଲେ। ଦଳରେ ସାମିଲ ଥିବା ଲାଲଗଞ୍ଜର ବ୍ଲକ ଶିକ୍ଷା ଅଧିକାରୀ ପର୍ଶୁରାମ ସିଂ ପିଲାମାନଙ୍କ ସହ କଥା ହୋଇଥିଲେ ଏବଂ ଯେଉଁ ଛାତ୍ରଙ୍କ ହାତ ଭାଙ୍ଗିଥିଲା ତାଙ୍କ ଡାକ୍ତରୀ ରିପୋର୍ଟ ମଧ୍ୟ ଦେଖିଥିଲେ। ତଦନ୍ତକାରୀ ଦଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ଓ କହିଛନ୍ତି ଯେ ତଦନ୍ତ ଚାଲିଛି। ଯଦି ମାଡ଼ ମାରିବା ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିମ୍‌ କହିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories