www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଉପ-ସଭାପତି ରମେଶ ମାଝୀ, ଲକ୍ଷ୍ମୀ କାନ୍ତ ବାଗ, ଅନୁସୂଚିତ ଜନଜାତି ରାଜ୍ୟ ଉପ-ସଭାପତି ବିଜୟ ଦିଶାରୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ, ପୂର୍ବତନ ବିଧାୟକ ଚୂଡ଼ାମଣି ଶବର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରିନା ଶବର ପ୍ରମୁଖ ଯୋଗଦେଇ ମୋଦୀ ସରକାରରେ ଅନୁସୂଚିତ ଜନଜାତି ଲୋକମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସହ ସେମାନଙ୍କ ଉନ୍ନତି ଓ କ’ଣ ଲାଭାନ୍ବିତ ହୋଇଛନ୍ତି ସେ ସମ୍ପର୍କିତ ବାର୍ତ୍ତା ଜନଜାତି ସମୁଦାୟଙ୍କୁ ଜଣାଇବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ କେମିତି ଦଳୀୟ ସଂଗଠନ ସୃଦୃଢ଼ ହେବ ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜୟପାଟଣା ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ଜିଲ୍ଲା ଅନୁସୂଚିତ ଜନଜାତି ଉପସଭାପତି ନୀଳକଣ୍ଠ ମାଝୀ, ଗରୁଡ଼ଧ୍ବଜ ମାଝୀ, ଘନଶ୍ୟାମ ନାଏକ, ତ୍ରିନାଥ ଶବର, ମଧୁବନ ପାତ୍ର, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ମୋଟେର ମଣ୍ଡଳ ସଭାପତି ସ୍ବୟଂବର ବାଗ, ପ୍ରତିମା ପୁଝାରୀ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ମଞ୍ଚକୁ ସରୋଜ ଶବର ପରିଚାଳନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories