www.samajalive.in
Saturday, December 13, 2025
27.1 C
Bhubaneswar

ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ, ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ବେ ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ୫ ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚମ୍ପିଅନ। ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ବେ ହାରିଲା ପାକିସ୍ତାନ। ମେଲବର୍ଣ୍ଣରେ ପାକିସ୍ତାନ ୧୩୭/୮ ଏବଂ ଇଂଲଣ୍ଡ ୧୩୮/୫।
ନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଚାମ୍ପିଅନ ହୋଇଛି। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍‌ ହରାଇ ୧୩୮ ରନ୍‌ କରିଛି ଏବଂ ଚାମ୍ପିଅନ୍‌ ହୋଇଛି।

ଆଜି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯାଇଥିଲା ଚିତ୍ତାକର୍ଷକ ମ୍ୟାଚ। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲଇଥିଲା। ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ‌ହରାଇ ୧୩୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡକୁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ୧୩୮ ରନ ପିଛା କରିବାକୁ ଯାଇ ପାଳି ଆରମ୍ଭ କରିଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟର ଆଲେକ୍ସ ହେଲ୍ସ ୨ଟି ବଲରେ ମାତ୍ର ଗୋଟିଏ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିବା ଫିଲ୍‌ ସଲ୍ଟ ମଧ୍ୟ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନ ଥିଲେ। ସେ ୯ଟି ବଲ୍‌ ସମ୍ମୁଖୀନ ହୋଇ ୨ଟି ଚୌକା ସହାୟତାରେ ୧୦ ରନ୍‌ କରିଥିଲେ। ଇଂଲଣ୍ଡ ନିଜର ସ୍କୋର ୭ ରନ୍‌ରେ ପ୍ରଥମ ୱିକେଟ୍‌ ଓ ୩୨ ରନ୍‌ରେ ଦ୍ବିତୀୟ ୱିକେଟ ହରାଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର ଜୋସ୍‌ ବଟଲର ଦଳ ପାଇଁ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ହେରି ବୁକ୍ସ ୨୩ଟି ବଲ୍‌ ଖେଳି ୨୦ ରନ୍‌ କରିଥିଲେ। ୪ର୍ଥ ୱିକେଟ ବେଳକୁ ଇଂଲଣ୍ଡ ୮୪ ରନ୍‌ ସଂଗ୍ରହ କରିଥିଲା।
ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories