www.samajalive.in
Sunday, December 7, 2025
23.1 C
Bhubaneswar

ଫଗୁଯୋଗୁଁ ମହାକାଳ ମନ୍ଦିରରେ ଆରତୀ ସମୟରେ ନିଆଁ ଲାଗିଥିବା କହିଲେ ଜିଲ୍ଲାପାଳ

ମହାକାଳ ମନ୍ଦିରରେ ଭସ୍ମ ଆରତୀ ବେଳେ ନିଆଁଧାସରେ ପୂଜାରୀ ସମେତ ୧୩ ଆହତ
ଭୋପାଳ- ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଆରତୀ ସମୟରେ ନିଆଁ ଧାସରେ ପୂଜାରୀଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି । ଆରତୀ ସମୟରେ ଫଗୁ ରଙ୍ଗ ପକାଇବା ବେଳେ ନିଆଁ ଲାଗିଯାଇଥିଲା । ଏହାପରେ ଉପରେ ଲାଗିଥିବା ଚାନ୍ଦୁଆ ଏବଂ ଅନ୍ୟ ସାମଗ୍ରୀରେ ନିଆଁ ଲାଗି ଶ୍ରଦ୍ଧାଳୁଙ୍କ ଉପରେ ପଡିଥିଲା ।

ସମସ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯଆଇଥିଲା । ଏବେ ସମସ୍ତେ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

- Advertisement -

ଉଜ୍ଜୟନୀର ଜିଲ୍ଲାପାଳ ନୀରଜକୁମାର ସିଂଙ୍କ ଅନୁସାରେ ସୋମବାର ସକାଳେ ଏହି ଘଟଣା ଘଟିଥିଲା । ଭସ୍ମ ଆରତି ସମୟରେ ନିଆଁ ଲାଗିଯାଇଥିଲା । ତେବେ କେଉଁ ଧରଣର ପଦାର୍ଥ ଯୋଗୁଁ ନିଆଁ ଲାଗିଛି ତାହାର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି । ପ୍ରାଥମିକ ଯାଞ୍ଚରୁ ଫଗୁ ଢଳା ଯାଇଥିବା ବେଳେ ନିଆଁ ଲାଗିଥିବା କଥା ସେ କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories