www.samajalive.in
Monday, December 15, 2025
15.1 C
Bhubaneswar

ଯୁଦ୍ଧ ଭିତରେ ୟୁକ୍ରେନ ପାଳିଲା ସ୍ବାଧୀନତା ଦିବସ

କିଭ୍‌: ଗୋଟିଏ ପଟେ ରୁଷ ସେନାର ଆକ୍ରମଣ ଜାରି ରହିଥିବା ବେଳେ ଅନ୍ୟପଟେ ବୁଧବାର ୟୁକ୍ରେନ୍‌ ନିଜ ସ୍ବାଧୀନତା ଦିବସ ପାଳନ କରିଛି। ୧୯୯୧ ମସିହା ଆଜିର ଦିନରେ ସୋଭିଏତ ୟୁନିଏନ୍‌ରୁ ବିଚ୍ଛିନ୍ନ ହୋଇ ନିଜକୁ ସ୍ବାଧୀନ ଘୋଷଣା କରିଥିଲା ୟୁକ୍ରେନ୍‌ । ଚଳିତବର୍ଷ ୟୁକ୍ରେନ୍‌ରେ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହେଉଛି। ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଲୋକ ଏକତ୍ରିତ ହେଲେ ରୁଷ୍‌ ସେନା ତରଫରୁ କ୍ଷେପଣାସ୍ତ୍ର ମାଡ଼ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେହିପରି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେସ୍କି ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୁଷ୍‌ ସେନାର ଆକ୍ରମଣ ପ୍ରତି ସତର୍କ ରହିବାକୁ ଟ୍ବିଟ୍‌ କରି ଦର୍ଶାଇଛନ୍ତି। ପରେ ରାଷ୍ଟ୍ରପତି ଜେଲେନ୍‌ସ୍କି ଓ ତାଙ୍କ ପତ୍ନୀ ଯୁଦ୍ଧରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ବହୁସଂଖ୍ୟକ ୟୁକ୍ରେନ୍‌ବାସୀ କ୍ଷେପଣାସ୍ତ୍ର ମାଡ଼ ଅପେକ୍ଷା ଏକ ସ୍ବାଧୀନ ରାଷ୍ଟ୍ର ଉପରେ ନିଜ ଅଧିକାର ସାବ୍ୟସ୍ତ କରିବା ରୁଷ୍‌ର ପ୍ରୟାସ ଅଧିକ ବାଧୁଥିବା କହିଛନ୍ତି।

ୟୁକ୍ରେନ୍‌ର ସ୍ବାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ରର ନେତାମାନେ ୟୁକ୍ରେନବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୁଷ୍‌ ବିରୋଧୀ ଲଢ଼େଇରେ ୟୁକ୍ରେନ୍‌କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩ ବିଲିୟନ୍‌ ଡଲାରର ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଅବସରରେ ବ୍ରିନେଟ୍‌ରେ ସେଠାକାର ସେନା ତରଫରୁ ସ୍ବତନ୍ତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂର୍ଯ୍ୟମୁଖୀ ଫୁଲରେ ସଜାଯାଇଥିଲା। ସୂଚନାଥାଉ କି ସୂର୍ଯ୍ୟମୁଖୀ ହେଉଛି ୟୁକ୍ରେନ୍‌ର ଜାତୀୟ ଫୁଲ। ଜର୍ମାନୀ ଚାନସିଲର୍‌ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ରୁଷ୍‌ର ଆକ୍ରମଣ ପରିପ୍ରେକ୍ଷୀରେ ୟୁକ୍ରେନ୍ ନାଗରିକଙ୍କ ସାହାସକୁ ଉଚ୍ଚପ୍ରଶଂସା କରିବା ସହ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିବା ସହ ୟୁକ୍ରେନ୍‌ର ସ୍ବାଧୀନତା ସର୍ବଦା ବଜାୟ ରହିବ ବୋଲି ଲେଖିଛନ୍ତି। ଏମାନଙ୍କ ସହ ଅନ୍ୟାନ୍ୟ ଦେଶର ରାଷ୍ଟ୍ରମୁଖ୍ୟମାନେ ସ୍ବାଧୀନତା ଦିବସ ଅବସରରେ ୟୁକ୍ରେନ୍‌ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories