ବିଶ୍ବ ପ୍ରେସ୍ ସ୍ବାଧୀନତା ଦିବସ

ଜାତିସଂଘର ଜନସୂଚନା ବିଭାଗ ୧୯୯୧ରେ ‘ବିଶ୍ବ ପ୍ରେସ୍ ସ୍ବାଧୀନତା ଦିବସ’ ପାଳନ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲା। ୧୯୯୩ରେ ଏହି ଦିବସ ପାଳନ ପାଇଁ ଅନୁମୋଦନ ମିଳିଲା । ପ୍ରେସ୍ ସ୍ବାଧୀନତା ଦିବସ ପାଳନ ପଛରେ କାରଣଟେ ଅଛି। କଲମ୍ବିଆର ସାମ୍ବାଦିକ ହେଲେ ଗିଲିଏର୍‌ମୋ କାନୋ ଇସାଜା। ସେଠି ବୋଗୋଟାରେ ତାଙ୍କର ‘ଏଲ୍ ଏସ୍‌‌ପେକ୍‌ଟାଡର୍‌’ ଖବରକାଗଜ କାର୍ଯ୍ୟାଳୟ ଥିଲା। କାର୍ଯ୍ୟାଳୟ ସାମ୍ନାରେ ବଚସା ହେବାରୁ ନିଶା ବେପାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗିଲିଏର୍‌ମୋ କାନେଙ୍କ ସ୍ମୃତିରେ ଏହି ଦିବସରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ‘ଗିଲିଏର୍‌ମୋ କାନୋ ଇସାଜା ପୁରସ୍କାର’ ଦିଆଯାଏ।

kalyan agarbati

Comments are closed.