www.samajalive.in
Monday, December 15, 2025
14.1 C
Bhubaneswar

କଣ୍ଟାବାଞ୍ଜି ପ୍ରେସ କ୍ଲବର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଳବର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ସୈନିକ ତଥା ଯୁବନେତା ଗିରିରାଜ ସିଂ ମାଝୀ, ମୁଖ୍ୟ ବକ୍ତା ଭାବେ ଓଡିଶା ହାଇକୋର୍ଟ ଆଇନଜୀବୀ ତଥା ସାମାଜିକ କର୍ମୀ ଆଶିଷ ମିଶ୍ର, ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂ ସାଲୁଜା, ସମ୍ପାଦକ ଯୁଗଳ କିଶୋର ଶବର ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରେସ କ୍ଲବ ନିଜ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟବୀମା କରିବା ସହ ଜନ ସାଧାରଣଙ୍କ ପାଇଁ କରିଥିବା ମହତ କାମ ପାଇଁ ମଞ୍ଚାସୀନ ଅତିଥି ଉଚ୍ଚ ପ୍ରଶଂସା କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ପରାମର୍ଶଦାତା ଆଶିଷ ଖଇତାନ, ବରିଷ୍ଠ ସାମ୍ବାଦିକ ରାୟଗଡାରୁ ଗୌରିଶଙ୍କର ପଟ୍ଟନାୟକ , ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା, ବରିଷ୍ଠ ସାମ୍ବାଦିକ କଣ୍ଟାବାଞ୍ଜିରୁ ଜୀବଦାନନ୍ଦ ମହାନ୍ତି , ଶୁବାସ ଚନ୍ଦ୍ର ବେହେରା , ଗୁରୁଦୟାଲ  ହଂସ , ବଙ୍ଗୋମୁଣ୍ଡାରୁ ଅଶୋକ ଖମାରି, ସିନ୍ଧେକେଲାରୁ ଦିନେଶ ଜୈନଙ୍କୁ ମାନପତ୍ର ଓ ଉପଢୌକନ ଦେଇମୁଖ୍ୟ ଅତିଥିଙ୍କ ଦ୍ୱାରା  ସମ୍ମାନିତ କରଯାଇଥିଲା। ପ୍ରେସ କ୍ଳବର ନିଜସ୍ୱ ଭବନ ପାଇ ଯୁବନେତା ଗିରିରାଜ ସିଂ ମାଝି ଜମି ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ୧୦ ଲକ୍ଷ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂ ଦେଓ ତାଙ୍କ ସାଂସଦ ପାଣ୍ଠିରୁ ଆର୍ଥିକ ସାହାଯ୍ୟ କରିବେ ବୋଲି ଘୋଷଣା କରିଥିଲେ। ୨୦୨୨ -୨୩ ବର୍ଷରେ ପ୍ରେସ କ୍ଲବ ଦ୍ଵାରା କରାଯାଇଥିବା ଅନେକ ଜନମଙ୍ଗଳ କାମକୁ ନେଇ ତିଆରି ହୋଇଥିବା ଏକ ସ୍ମରଣିକା ଅତିଥିଗଣ ଉନ୍ମୋଚନ କରିଥିଲେ। ପ୍ରେସ କ୍ଲବ ସମ୍ପାଦକ ଯୁଗଳ କିଶୋର ଶବର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରି ସଭାପତି ସୁରଦାସ ବାଗ ମଞ୍ଚ ପରିଚାଳନା କରିଥିଲେ ଶେଷରେ ପ୍ରେସ କ୍ଲବ କୋଷାଧକ୍ଷ କମଳଜିତ ସିଂ ମାଖିଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବକୁ ସଫଳ କରିବାରେ ପ୍ରେସ ବ୍ଲକର ଉପ-ସଭାପତି ମନୋଜ ଶର୍ମା , ରଶ୍ମି ରଞ୍ଜନ ପୁଟେଲ , ତୁଲସୀରାମ ଜଗତ, ସୁବ୍ରତ ମାହାକୁଡ, ସାଙ୍ଗଠନିକ ସମ୍ପାଦକ ରୋହନ ମହତ, ଅଫିସ ସମ୍ପାଦକ ବିସିକେଶନ ମାଝୀ , ପରାମର୍ଶଦାତା ଆନନ୍ଦ ମୋଟେ , ଦୂର୍ଗା ପ୍ରସାଦ ଗୁପ୍ତା ,  ସଦସ୍ୟ ଦୀପକ ଯାଦବ, ଅଙ୍କୁର ଅଗ୍ରୱାଲ, ସୁଶାନ୍ତ ବେହେରା, ଅନିଲ ତ୍ରିପାଠୀ, ଦୀପକ ପାଣିଗ୍ରାହୀ , ଜଗମୋହନ ତାଣ୍ଡି, ଗଣେଶ ଦାସ, ବିକାଶ ଶର୍ମା, ବିକାଶ ମିତ୍ତଳ, ଦେବେଶ ସିଂହଳ, କମଳ ଶର୍ମା, ଅମିତ୍ ଶର୍ମା, ଆଇନ ପରାମର୍ଶଦାତା ବିବେକ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories