ଚୌଦ୍ୱାର : ଚୌଦ୍ୱାର ସ୍ଥିତ ବିଆଇପିଏଫ୍ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିହାର ରଞ୍ଜନ ଭୁୟାଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଫୁଲ, ଫଳ ଏବଂ ଔଷଧିୟ ବୃକ୍ଷର ଚାରା ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ନମଶ୍ରୀ ପତି ବନ ମହୋତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ଲାକାର୍ଡ ପ୍ରଦର୍ଶନ, ପୋଷ୍ଟର ପ୍ରସ୍ତୁତି, ଚିତ୍ରାଙ୍କନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୃକ୍ଷ ହିଁ ଜୀବନ, ବୃକ୍ଷର ସୁରକ୍ଷା, ଧରଣୀ ମାତାକୁ ଶସ୍ୟ ଶ୍ୟାମଳା କରିବା ଆଦିର ବାର୍ତ୍ତା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିଥିଲେ । ଶିକ୍ଷୟତ୍ରୀ ଶେଫାଳୀ ସାସମଲ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



