www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରାବଣର ପ୍ରଥମ ସୋମବାରରେ କାଉଡିଆଙ୍କ ପ୍ରଭୁ ଧବଳେଶ୍ୱରଙ୍କୁ ଜଳଲାଗି

ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ୱରଙ୍କୁ ଶ୍ରାବଣର ପ୍ରଥମ ସୋମବାର ଜଳଲାଗି ପାଇଁ କାଉଡିଆଙ୍କ ଅହେତୁକ ଭିଡ ପରିଲକ୍ଷିତ ହୋଇଥିଲା । ଶାନ୍ତିଶୃଙ୍ଖଳାର ସହିତ କାଉଡିଆ ଧାଡିକରି ଜଳଲାଗି କରିଥିଲେ। ଏଥିସହିତ ଶ୍ରଦ୍ଧାଳୁମାନେ ମଧ୍ୟ ବହୁ ସଂଖ୍ୟାରେ ପ୍ରଭୁ ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଥିଲେ।ଦେବୋତ୍ତର ବିଭାଗ ପକ୍ଷରୁ କାଉଡିଆଙ୍କ ଶୀଘ୍ର ଜଳଲାଗି କରିବା ନିମନ୍ତେ ରାତି ସାଢେ ୨ଟାରୁ ପ୍ରଭୁଙ୍କ ସମସ୍ତ ନୀତି ସଂପନ୍ନ କରାଯାଇ ଦର୍ଶନ ଓ ଜଳଲାଗି ବ୍ୟବସ୍ଥା କରାଯାଇଥିଲା।

- Advertisement -

ସହକାରୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ନୀତିପାଳିଆ ସୁଶାନ୍ତ ପତ୍ରୀ ପ୍ରଭୁଙ୍କ ପହଡ ଖୋଲି ମଙ୍ଗଳ ଆଳତୀ, ସ୍ନାନ, ଧୂପ ଓ ନୈବେଦ୍ୟ ଅର୍ପଣ ପରେ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଖୋଲା ଯାଇଥିଲା । ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ଜଳଲାଗି ଓ ଦର୍ଶନ କରି ଫେରିଯିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. ପି ପଟ୍ଟନାୟକ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ପୁଲିସ ଜିଲ୍ଲା କାର୍ଯ୍ୟାଳୟ ଡିଏସପି ସ୍ମୃତିରଞ୍ଜନ କର, ଦେବେନ୍ଦ୍ର କୁମାର ମଲ୍ଲିକ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ, କିଶନନଗର ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ, ପୁଲିସ ନିରୀକ୍ଷକ କାଦମ୍ବିନୀ ସାହୁ, ଅନୁରାଧା ମାର୍ଥା, ସଂଯୁକ୍ତା ଖିଲାର, ପ୍ରଦୀପ କୁମାର ସେଠୀ ଓ ପୁଲିସ ଫୋର୍ସମାନେ ପୀଠରେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories