www.samajalive.in
Saturday, December 6, 2025
23.1 C
Bhubaneswar

ପାଠ ପଢ଼ାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଭାବେ ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ ଅବସରରେ ଦ୍ରୌପଦୀ ମୁର୍ମୁ ଗୁରୁବାର ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼଼ାଇଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଅବସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସେ ପାଠ ପଢ଼଼ାଇଥିଲେ। ପୂର୍ବ ସ୍ମୃତିକୁ ସ୍ମରଣ କରି ସେ ନିଜେ କିପରି ବୃକ୍ଷ ଏବଂ ଜୀବଜନ୍ତୁଙ୍କ ଯତ୍ନ ନେଉଥିଲେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ଛାତ୍ରଛାତ୍ରୀ ଆଗ୍ରହର ସହ ରାଷ୍ଟ୍ରପତି ଅନୁଭୂତି ବିଷୟରେ ଜାଣିବା ସହିତ ନିଜ ନିଜର ଭାବନା ପ୍ରକାଶ କରିଥିଲେ।

ଗୁରୁବାର ଦିନ ଦିନତମାମ ରାଷ୍ଟ୍ରପତି ଭବନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିସରସ୍ଥ ଶିବ ମନ୍ଦିର ନବୀକରଣ କାର୍ଯ୍ୟକୁ ରାଷ୍ଟ୍ରପତି ଉଦ୍‌‌ଘାଟନ କରିଥିଲେ। ପ୍ରଣବ ମୁଖାର୍ଜୀ ଲାଇବ୍ରେରୀ ପୁରୁଣା ପୁସ୍ତକଗୁଡ଼ିକର ଡିଜିଟାଲ ଭର୍ସନ ଦେଖିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଦକ୍ଷତା ବିକାଶ କେନ୍ଦ୍ର, ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ରିକେଟ ପାଭିଲିଅନ, ସିନ୍‌‌ଥେଟିକ ଆଣ୍ଡ ଗ୍ରାସ ଟ୍ରେନିଂ ସେଣ୍ଟରକୁ ଉଦ୍‌‌ଘାଟନ କରିବା ସହ ବିଗତ ୧ ବର୍ଷ କାର୍ଯ୍ୟକାଳ ସମ୍ପର୍କିତ ଇ-ଉପହାର, ଆରବି ଆପ ଏବଂ ଇ-ବୁକକୁ ଲୋକର୍ପଣ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories