www.samajalive.in
Sunday, December 14, 2025
17.1 C
Bhubaneswar

‘ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ’ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର : ଗୁରୁବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୁରୁବାର ସନ୍ଧ୍ୟାରେ ରାଜଭବନରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମୁଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦର୍ଶନରେ ଅନୁପ୍ରାଣିତ। ବିଶ୍ବରେ ଯେଉଁଠାରେ ରହିଲେ ମଧ୍ୟ ତାହାକୁ ମୁଁ ନିଜ ଘର ବୋଲି ବିବେଚନା କରିଛି । ଏହି ଅବସରରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ କବିତା ଆବୃତି କରି କହିଥିଲେ- ‘ଥିଲେ ଯହିଁ ତହିଁ ଭାରତ ବକ୍ଷରେ, ମଣିବି ମୁଁ ଅତି ଆପଣା କକ୍ଷରେ, ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ’। ଆଜି ଓଡ଼ିଶା ଆସି ସେ ବହୁତ ଆନନ୍ଦିତ ବୋଲି କହିଛନ୍ତି।

ସାରା ବିଶ୍ବରେ ଶାନ୍ତି ଓ ମଙ୍ଗଳ ପାଇଁ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଭାରତର ମାଟି ମୋ ପାଇଁ ଖାଣ୍ଟି ସୁନା, ଭାରତର ଜଳ ମୋ ପାଇଁ ଜୀବନ ଏବଂ ଭାରତର ପବନ ମୋ ପାଇଁ ପ୍ରାଣ ସ୍ପନ୍ଦନ ସଦୃଶ । ଓଡିଶା ଆସି ମୁଁ ବହୁତ ଆନନ୍ଦିତ ଓ ନିଜ ମାଟିର ମହକ ସବୁବେଳେ ସ୍ୱତନ୍ତ୍ର ବୋଲି ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଥିଲେ। ଭାରତ ବର୍ଷର ଇତିହାସ ଓ ଭୂଗୋଳରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

- Advertisement -

ଶ୍ରୀମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କ ଦାୟିତ୍ବ । ​ତେବେ ପୁରୀରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଏକ ସର୍କଲ ଅଫିସ ଖୋଲାଯାଇଥିବାରୁ ସେ ବହୁତ ଆନନ୍ଦିତ ବୋଲି ରାଷ୍ଟ୍ରପତି ମତ ବ୍ୟକ୍ତ କରିଛନ୍ତି । ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତବର୍ଷର ସାଂସ୍କୃତି ବିପୁଳତାକୁ ବିପୁଳତର କରିଛି । ଅହିଂସା ଭାରତର ଆତ୍ମାର ଉଚ୍ଚାରଣ ଆଉ ସେହି ଅହିଂସାର ସ୍ବର ଓଡ଼ିଶା ମାଟିରୁ ଶୁଭିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ । ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ, ଏହା ମୋର ଆନ୍ତରିକ ଇଛା ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରପେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଳୀଧର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories