www.samajalive.in
Monday, December 15, 2025
15.1 C
Bhubaneswar

ଭୀମପୁରରେ କିଶୋରୀ, ବାଳିକା ସଚେତନତା ଶିବିର

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭୀମପୁରଠାରେ ରହିଥିବା ଚମ୍ପୁଆ ବ୍ଲକ ଆପ୍ସାୟାର ତରଫରୁ ଟିପ୍‌ଟପ୍‌ ଉଚ୍ଚ ବିଦ୍ୟାଳୟ ପରିସରରେ ଦିନିକିଆ କିଶୋରୀ ବାଳିକା ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆପ୍ସାୟାର ବ୍ଲକ ସଂଯୋଜକ ପ୍ରମୋଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଦିନିକିଆ କିଶୋରୀ ବାଳିକା ସଚେତନା ଶିବିରରେ ଆପ୍ସାୟାର ବ୍ଲକ ସୁପର ଭାଇଜର ରୋହିତ ବାରିକ, ମହିଳା ସ୍ୱାସ୍ଥ୍ୟକର୍ମୀ କମଳିନୀ ବାରିକ, ବିରିକୁଆଁ ଅଙ୍ଗନବାଡି କର୍ମୀ ସବିତା ମହାନ୍ତ, ଭୀମପୁର ଅଙ୍ଗନବାଡି କର୍ମୀ ଜ୍ୟୋତ୍ସ୍ନାରାଣୀ ବେହେରା, ଶିକ୍ଷୟତ୍ରୀ ସୁପ୍ରଭା ମହାନ୍ତ, ଝୁନୁଲତା ମହାନ୍ତ, ଆପ୍ସାୟାର ସଦସ୍ୟ ପ୍ରଦୀପ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା କର୍ମକର୍ତ୍ତାମାନେ ତାଙ୍କ ବକ୍ତବ୍ୟରେ କହିଛନ୍ତି, କିଶୋରୀ ବାଳିକାମାନଙ୍କ ସୁରକ୍ଷା ନିମନ୍ତେ ସରକାର କିପରି ଆଇନ ପ୍ରଣୟନ କରିଛନ୍ତି ତା’ସହିତ କିଶୋରୀମାନଙ୍କର ଅଧିକାର କିପରି ରହିଛି, କିଶୋରୀ ବାଳିକାମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କିପରି ରହିଛି ତା ସଙ୍ଗେସଙ୍ଗେ କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସ୍ୱାସ୍ଥ୍ୟ ବିଭାଗର ଭୂମିକା କିପରି ରହିଛି, କିଶୋରୀମାନଙ୍କୁ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ପୁଷ୍ଟିକର ଆହାରଠାରୁ ଆଇରନ ବଟିକାର ବ୍ୟବସ୍ଥା କିପରି କରିଛନ୍ତି ସେ ବିଷୟରେ କହିଛନ୍ତି। ଏଥିସହ ୧୮ ବର୍ଷରୁ କମ୍‌ କିଶୋରୀମାନେ ଯେପରି ବାହାଘର ନକରିବାକୁ ସରକାର କିପରି ନିୟମ କରିଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ବ କିଶୋରୀ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଆପ୍ସାୟାର ପଞ୍ଚାୟତସ୍ତରୀୟ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories