www.samajalive.in
Sunday, December 14, 2025
19.1 C
Bhubaneswar

ବ୍ଲକସ୍ତରୀୟ ରକ୍ତହୀନତା ରୋଗ ଚିହ୍ନଟ ଶିବିର, ୨୨୦ ଜଣ ଛାତ୍ରୀଙ୍କ ରକ୍ତ ନମୂନା ପରୀକ୍ଷା

କଲମପୁର: କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅଧିନସ୍ଥ ଦୁଲକିବନ୍ଧ ତଫସିଲ ଭୁକ୍ତ ଜାତି ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ କନ୍ୟା ଆଶ୍ରମ ଠାରେ ଆଜି ଦିନ ୧୨ଟା ବେଳେ ନୀତି ଆୟୋଗ ପ୍ରଜୋଜିତ ଆକାଂକ୍ଷା ଯୋଜନା ମାଧ୍ୟମରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବ୍ଲକସ୍ତରୀୟ ରକ୍ତ ହୀନତା ରୋଗ ଚିହ୍ନଟ ଶିବିରର ଶୁଭ ଉଦଘାଟନ କରାଯାଇଛି। କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ବିଡିଓ ପ୍ରସନ୍ନ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦୁଲକିବନ୍ଧ କନ୍ୟା ଆଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସବିତା ନାଏକ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ଅଧିକାରୀ ସୂର୍ଯ୍ୟକାନ୍ତୀ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏଥିରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ୨୨୦ ଜଣ ଛାତ୍ରୀଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୨ ଜଣ ରକ୍ତ ହୀନତା ଥିବା ଜଣା ପଡିଥିଲା। ଏହି ଶିବିରରେ ବିଭିନ୍ନ ପ୍ରଦର୍ଶନୀ ମଣ୍ଡପ କରାଯାଇଥିଲା। ରକ୍ତ ହୀନତା ଦୂର କରିବା ପାଇଁ ଆବଶ୍ୟକ ଥିବା ପୁଷ୍ଟିକର ଖାଦ୍ୟ ସାରଣୀ ସମ୍ବନ୍ଧରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ପ୍ରଦର୍ଶନୀ ମଣ୍ଡପରେ କର୍ମୀମାନେ ଉପସ୍ଥିତ ରହି ବୁଝାଇଥିଲେ। ମୁଖ୍ୟଅତିଥି ଶ୍ରୀ ପଟେଲ ସମସ୍ତ ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ। ଏହାସହ ଉପସ୍ଥିତ ଥିବା ସମସ୍ତ ଛାତ୍ରୀମାନଙ୍କ ସହ ସେମାନଙ୍କ ଦୈନନ୍ଦିନ ଜୀବନ ଓ ଖାଦ୍ୟ ସାରଣୀ ସହ ପରିସ୍କାର ପରିଚ୍ଛନତା ଉପରେ ଚିକିତ୍ସା ଦାଇତ୍ୱରେ ଥିବା ଅଧିକାରୀମାନେ ପଚାରି ବୁଝିଥିଲେ। ଡାକ୍ତର ଅମୂଲ୍ୟ ବେହେରା ନିଜ ସହକର୍ମୀଙ୍କ ସହ ଉପଭୋକ୍ତା ମାନଙ୍କୁ ଔଷଧ ବିତରଣ କରିଥିଲେ। ସୁଦିପ୍ତ କୁମାର ବେହେରା, ବସନ୍ତ ନିଆଲ, ରୋଜାଲିନୀ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ୩ ଗୋଟି ସ୍ୱତନ୍ତ୍ର ଦଳ ଛାତ୍ରୀମାନଙ୍କ ରକ୍ତ ନମୂନା ପରୀକ୍ଷା କରିଥିଲେ। ଏସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ ଓ ପ୍ରଶାନ୍ତ କୁମାର ପାଢୀ ପରିଚାଳନା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories