www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ରୀଲଙ୍କା : ଦେଶ ଛାଡିଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ :  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରିବା ସହ ରାଷ୍ଟ୍ରପତିଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ  ରାଜପକ୍ଷେ ପଳାୟନ କରିଛନ୍ତି । ସୁରକ୍ଷାକର୍ମୀମାନେ ତାଙ୍କୁ ନେଇ ନିରାପଦ ସ୍ଥାନରେ ଛାଡିଥିବା କୁହାଯାଉଛି।

ଦେଶରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶରେ ତୈଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ଦିନ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଇସ୍ତଫା ଦାବି କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନକୁ ଘେରି ରହିଥିଲେ। ସମ୍ବାଦ ସରବରାହ ସଂସ୍ଥା​‌ ଏଏଫପି  ଅନୁଯାୟୀ, ଏହି ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହାୟତାରେ  ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କ ବାସଭବନରୁ ପଳାଇ ଯାଇଥିଲେ।

- Advertisement -

ପ୍ରକାଶ ଯେ, କିଛି ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ବାସଭବନ ପରିସରରେ ପ୍ରବେଶ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ରାଷ୍ଟ୍ରପତିଙ୍କୁ ଘରୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଶ୍ରୀଲଙ୍କାର ଏକ ଟିଭି ଚ୍ୟାନେଲ ସିରାସା ଟିଭି ଦ୍ୱାରା ପ୍ରକାଶିତ ଫୁଟେଜରେ ରାଷ୍ଟ୍ରପତିଙ୍କ ବାସଭବନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ତେବେ ସୁରକ୍ଷା ବାହିନୀ ପାଣି ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରି ବିକ୍ଷେଭକାରୀଙ୍କୁ ଘଉଡାଇବାକୁ  ଚେଷ୍ଟା କରିଥିଲେ। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣା ପଡିଛି।

ଶ୍ରୀଲଙ୍କା ଗତ କିଛି ମାସ ଧରି  ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ସମଗ୍ର ଦେଶରେଖାଦ୍ୟଠାରୁ ଆରମ୍ଭ କରି ଇନ୍ଧନ ପର୍ଯ୍ୟନ୍ତ ଅଭାବ ଦେଖାଦେଇଛି। ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ଘରକୁ ମାତ୍ର କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ଆସୁଛି। କ୍ରମାଗତ ଭାବରେ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେତୁ ଦେଶ ଚିକିତ୍ସା ସମ୍ବନ୍ଧୀୟ ଜରୁରୀ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ହୋିପାରି ନାହିଁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories