ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ-ରାଷ୍ଟ୍ରପତି
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା
ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦେଶ୍ୟରେ ବାର୍ତ୍ତା ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସ୍ବାଧୀନତା ଦିବସ ମୋତେ ମୋ ପିଲାଦିନ ମନେପକାଇ ଦେଉଛି। ଛୋଟବେଳେ ସ୍କୁଲରେ ଉତ୍ସବ ମନରେ ଶିହରଣ ସୃଷ୍ଟି କରୁଛି। ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ। ଆମ ସ୍ବାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା। ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି। ଆଜି ମହିଳାମାନେ ବିକାଶ ଓ ଦେଶ ସେବାରେ ଆଗରେ ଅଛନ୍ତି। ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଆର୍ଥିକ ସଶକ୍ତିକରଣ ଯୋଗୁଁ ମହିଳାଙ୍କ ସ୍ଥିତି ମଜଭୁତ ହୋଇପାରିଛି। ଆଜି ଭାରତ କେବଳ ବିଶ୍ବରେ ନାଁ କରିନି, ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।
Comments are closed.