www.samajalive.in
Monday, December 15, 2025
14.1 C
Bhubaneswar

କୋଭିଡ କଟକଣାରେ ପାଳିତ ହେବ ଦୁର୍ଗାପୂଜା : ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଆଠଗଡ :  ସଂପ୍ରତି କରୋନାର ପ୍ରକୋପ ସଂପୂର୍ଣ୍ଣ ଭାବେ ଦୂର ହୋଇନଥିବାରୁ ପାର୍ବଣ ସମୟରେ ଅଧିକ ଜନଗହଳି ସମ୍ଭାବନା ଥିବାରୁ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଚଳିତ ବର୍ଷ ଆଠଗଡର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଦୁର୍ଗାପୂଜା ଓ ଭସାଣି ଉତ୍ସବ ପାଳନ କରାଯିବ ବୋଲି ଉପ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି । ଆଠଗଡରେ ଦଶହରା ଓ ଦୁର୍ଗାପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ଶାନ୍ତି ଶୃଙ୍ଖଳାର ସହିତ ଏହି ପାର୍ବଣ ଉତ୍ସବକୁ ପାଳନ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦଶହରା ଓ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଆଠଗଡ ସହରର ସମସ୍ତ ମୁଖ୍ୟ ବଜାର ସହିତ ସମସ୍ତ ୱାର୍ଡ ଗୁଡିକରେ ବ୍ୟାପକ ସଫେଇ ଓ ବିଶୋଧନ କରିବା ଲାଗି ଉପଜିଲ୍ଲାପାଳ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପ୍ରତ୍ୟେକ ୱାର୍ଡ ଓ ବଜାର ଗୁଡିକରେ ସଫେଇ ଓ ବିଶୋଧନ ପରେ ପୂଜାକମିଟି ସଦସ୍ୟ ଏବଂ ବିଭିନ୍ନ ୱାର୍ଡର ୫ଜଣ ଲୋକଙ୍କ ଦସ୍ତଖତ କରାଇ ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ସହିତ ପାନୀୟ ଜଳ ଯୋଗାଣକୁ ବ୍ୟବସ୍ଥିତ କରିବା ଏବଂ ନୀରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ପୂଜା ପୂର୍ବରୁ ସହରର ମୁଖ୍ୟ ରାସ୍ତା ଏବଂ ବିଭିନ୍ନ ୱାର୍ଡର ରାସ୍ତାଘାଟ ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପୂଜା ପରେ ମୂର୍ତ୍ତିଗୁଡିକୁ ବିନା ଶୋଭାଯାତ୍ରାରେ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କ ସହାୟତାରେ ସାପୁଆନଦୀର ଆଠଗଡ ଓ କନ୍ତୋଲଠାରେ ନିର୍ମାଣ ହେବାକୁ ଥିବା ଅସ୍ଥାୟୀ ପୋଖରୀରେ ବିସର୍ଜିତ କରାଯିବ । ପୂଜା ସମୟରେ ମଦ ଦୋକାନ ସିଲ କରିବା, ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବା ଓ ପୁଲିସ ବିଭାଗ ଆଇନ ଶୃଙ୍ଖଳା ରଖିବା ପାଇଁ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ । ଏହି ପାରମ୍ପରିକ ଗଣପର୍ବ ଦୁର୍ଗାପୂଜାକୁ କୋଭିଡ ନିୟମ ଅନୁପାଳନ ପୂର୍ବକ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ପାଳନ କରିବାକୁ ସମସ୍ତ ପୂଜାକମିଟିର କର୍ମକର୍ତ୍ତାଙ୍କୁ ଉପଜିଲ୍ଲାପାଳ ଅନୁରୋଧ କରିଥିଲେ। ଏହି ବୈଠକରେ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ସହକାରୀ ଉପଜିଲ୍ଲାପାଳ ପ୍ରିୟବ୍ରତ ଦାସ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଆଠଗଡର ସମସ୍ତ ପୂଜାକମିଟି କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ, ଓକିଲ ସଂଘ ସଭାପତି, ସଂପାଦକ ଓ ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories