ପାପଡାହାଣ୍ଡି: ସରକାରଙ୍କ ନିୟମ କୁ ମାନୁନାହାନ୍ତି ଅଙ୍ଗନବାଡି କର୍ମୀ, ଚନ୍ଦ୍ରପୁର ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଅନିମିୟତା ହେଉଥିବା ନେଇ ସିଡ଼ିପିଓ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ। ସରକାର ଙ୍କ ନିୟମ ଅନୁଯାୟୀ ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ୧୨ ଗୋଟି ଅଣ୍ଡା ,ଚାଉଳ ,ଡାଲି ,ତେଲ ଇତ୍ୟାଦି ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏଠାରେ ଏହା ବ୍ୟତିକ୍ରମ ଦେଖାଦେଇଛି, ଏଠାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କ ମନମୁଖୀ ଯୋଗୁଁ ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହଉଛନ୍ତି ।
ଏଭଳି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଅନ୍ତର୍ଗତ ଗ୍ରାମବାସୀ, ପୁଣି ଗର୍ଭବତୀ ମାଆ ମାନେ ଅଭିଯୋଗ କରିଛନ୍ତି ଯେ ,ତାଙ୍କ ଗାଁର ଯେଉଁ ଅଙ୍ଗନବାଡି ଦିଦି ଅଛନ୍ତି ସେ କୌଣସି ପ୍ରକାରେ ଶିଶୁ ମାନଙ୍କୁ ଅଣ୍ଡା ,ଚାଉଳ,ତେଲ ଇତ୍ୟାଦି ଠିକ ପରିମାଣରେ ଦେଉ ନାହାନ୍ତି ଓ ଠିକ ଭାବେ କାର୍ଯ୍ୟ ବି କରୁନାହାନ୍ତି। ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ ସିଡିପିଙ୍କୁ ପ୍ରଦାନ କରିଛନ୍ତି। ଏବଂ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଏପଟେ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସିଡିପିଓ।



