www.samajalive.in
Monday, December 8, 2025
27.1 C
Bhubaneswar

ଆଦ୍ରଭୂମି ଅଂଶୁପାରେ ଆଜାଦୀକା ଅମୃତ ମହୋତ୍ସବ

ବାଙ୍କୀ: ଭାରତ ସରକାରଙ୍କ ଆଜାଦୀକା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଅଦ୍ରଭୂମି ମଧୁର ହ୍ରଦ ଅଂଶୁପାରେ ଆଜାଦିକା ଅମୃତ ମହୋତ୍ସବ ନିରାଡମ୍ବର ଭାବରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅମୃତ ମହୋତ୍ସବର ଶୁଭ ଉଦ୍ଦ୍ଘାଟନ କରିବା ସହିତ ଅଂଶୁପାର ଅତୀତ, ବର୍ତ୍ତମାନର ସ୍ୱରୂପ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଂଶୁପା ସମସ୍ତଙ୍କର ଗର୍ବ ଓ ଗୈାରବର କଥା। ଏହାର ସୁରକ୍ଷା ପ୍ରତି ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ବାଙ୍କୀର ପ୍ରଗତିରେ ଅଂଶୁପା ସୁରକ୍ଷା ଏକ ସହାୟ ହେଉ ବୋଲି ବକ୍ତବ୍ୟରେ କହିଛନ୍ତି। ଆଦ୍ରଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା ତ୍ୱରାନ୍ୱିତ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ। ଆଗାମୀ ଦିନରେ ରାମ୍ସାର ସାଇଡ୍ ଭାବରେ ଅଂଶୁପାକୁ ସ୍ୱତନ୍ତ୍ର ଅନ୍ତଭୁକ୍ତ କରାଯାଇ ବିଶ୍ୱ ସ୍ତରୀୟ ମାନ୍ୟତା ସୃଷ୍ଟି ହେବାର ପରିକଳ୍ପନା ବାସ୍ତବ୍ୟରେ ପରିଣତ ହେବ ବୋଲି ବକ୍ତବ୍ୟ ରଖିଛନ୍ତି। ଚିଲ୍ଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷୀ ଗବେଷକ ତୁହିନାଂଶୁ କରଙ୍କ ପରିଚାଳନାରେ ସଂଚାଳିତ କାର୍ଯ୍ୟକ୍ରମରେ ଅଂଶୁପା ଉନ୍ନୟନ ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ,ଜିଲ୍ଲା ପରିଷଦ ମାନସ ମହାପାତ୍ର,ସହକାରୀ ବନ ସଂରକ୍ଷକ ମିହିର କୁମାର ଜେନା,ମାଇକେଲ ପିଟର,ବିଶିଷ୍ଟ ଓକିଲ ଅଶୋକ ପଟ୍ଟନାୟକ,ସମାଜସେବୀ ଗାୟତ୍ରୀ ତ୍ରିପାଠୀ,ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅମୃତ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଦ୍ରଭୂମି ମିତ୍ରଙ୍କ ଉପସ୍ଥିତିରେ ଆଦ୍ରଭୂମି ସୁରକ୍ଷା ଶପଥ ପାଠ,ସାମୂହିକ ବୃକ୍ଷରୋପଣ,ପରିବେଶ ସଫେଇ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ବନ ସଂରକ୍ଷକ ବିନୋଦ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଅଂଶୁପାକୁ ପ୍ରଦୂଷଣ ମୁକ୍ତ କରିବା ଓ ଆଦ୍ରଭୂମିର ଗୁରୁତ୍ୱରେ ଜୈବବିବିଧତାର ସୁରକ୍ଷା ସମସ୍ତଙ୍କର ଧେୟ ହେଉ ବୋଲି ଆହ୍ୱାନ ଦେଇଥିଲେ। ସୁପରଭାଇଜର ଦେବରାଜ ରାଉତଙ୍କ ସମେତ ଅଂଶୁପାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

- Advertisement -

ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ର୍ରବାର ଦିନ ସ୍ୱଚ୍ଛତା ପକ୍ଷ ତଥା ଆଜାଦୀକା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସଫେଇ,ବୃକ୍ଷରୋପଣ,ପା୍ଲଷ୍ଟିକମୁକ୍ତ ପରିବେଶ ପାଇଁ ଜନଜାଗରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟିକ୍ଷକ ଡାକ୍ତର ଅମରେଶ ସାହୁ,ଡାକ୍ତର ଅନୁପ ସରକାର,କନକବାଳା ମହାନ୍ତି,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ,ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳେଇ,ବିପିଏମ୍ ସଂଗୀତା ଦାସ ଏବଂ ନିର୍ମଳ ପ୍ରକଳ୍ପର ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ଜନପ୍ରତିନିଧି ମାନେ ଯୋଗଦାନ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories