www.samajalive.in
Sunday, December 14, 2025
17.1 C
Bhubaneswar

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି, ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ

ଗୋପାଳପୁର : ଆଉ ୨ ଦିନ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା  ୨୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏନେଇ ପୁଲିସ, ପ୍ରଶାସନ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରାଷ୍ଟ୍ରପତିଙ୍କ ଗସ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣା ବିବେକ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚି ବିମାନ‌ ପଡିଆଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ଯାଞ୍ଚ କରିବା ସହ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ରାଷ୍ଟ୍ରପତିଙ୍କ ୪୫ ମିନିଟ ରହଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ସହ  ବିଭିନ୍ନ ବିଭାଗର  ୩୫ ଜଣ ଟପ୍ପର ଛାତ୍ରଛାତ୍ରୀଙ୍କ ସ୍ବର୍ଣ୍ଣ ପଦକ, ୪୩ ପିଏଚଡ଼ି, ୩ ଡିଲିଟଙ୍କ ମଧ୍ୟରୁ ଇତିହାସ ବିଭାଗର ଡ଼. ହରିହର ପଣ୍ଡା, ଓଡ଼ିଆ ବିଭାଗର ଡ଼. ଉଷାରାଣୀ ରଥ, ତେଲୁଗୁ ବିଭାଗର ଡ଼. ଜି. ଥୀରୁପଥମା ଏବଂ ଡ଼ିଏସସି ବାଇଓ ଟେକ୍ନୋଲୋଜି ବିଭାଗର ଡ଼ ହରିକ୍ରୀଷ୍ଣା ରାମ ପ୍ରସାଦ ଶାରିପଲ୍ଲୀଙ୍କୁ ସମ୍ମାନିତ କରାଯିବ l ଏ ନେଇ ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗବେଳେ ସେ ସୂଚନା ଦେଇଛନ୍ତି କି ସୁରକ୍ଷା ପାଇଁ କ୍ୟାମ୍ପସ ପରିସରରେ ୧୧ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୩୦ ଅଫିସର ନିୟୋଜିତ ରହିବେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories