www.samajalive.in
Sunday, December 14, 2025
23.1 C
Bhubaneswar

ନଗର ସଂକୀର୍ତ୍ତନ ସହିତ ଷୋହଳ ପ୍ରହର ନାମ ଯଜ୍ଞ ସମ୍ପୂର୍ଣ୍ଣ 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ ଗୋପୀନାଥ ମନ୍ଦିର ପରିସର ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞ ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ନଗର ସଂକୀର୍ତ୍ତନ ସହିତ ସମ୍ପୂର୍ଣ୍ଣ ହେଇଯାଇଛି। ରବିବାର ସକାଳ ସାଢେ ୫ଟା ସମୟରୁ ଏହି ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ସମ୍ପୂର୍ଣ ହୋଇଯାଇଛି। ଏହି ଷୋହଳ ପ୍ରହର ନାମ ଯଜ୍ଞ ସଂକୀର୍ତ୍ତନ ପାଇଁ ଭୀମାଡଙ୍ଗା, ନୂଆପଡା, ବଳଭଦ୍ରପୁର, ଝିଗିଡ଼ି, ପାଇକବୋରି, ହରେକୃଷ୍ଣପୁର, ବରଗୁଡ଼ା, ଲାଞ୍ଜିଗଡ ସମେତ, ଗୋଲଙ୍ଗବନ୍ଧ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସାମିଲ ଥିବା ସୂଚନା ମିଳିଛି।
ଏଥିରେ କର୍ତ୍ତା ଭାବେ ଯୁଧିଷ୍ଟିର ପାତ୍ର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପାତ୍ର, ସହକର୍ତ୍ତା ଭାବେ ସନ୍ତୋଷ ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ ସରିତା ଦଣ୍ଡସେନା ଦାୟିତ୍ବ ତୁଲାଉ ଥିବାବେଳେ ପୂଜକ ଭାବେ ମୁରଲୀ ତ୍ରିପାଠୀ, ଶ୍ରୀଧର ତ୍ରିପାଠୀ, ରବୀନ୍ଦ୍ର ଦାସ, ଚନ୍ଦ୍ର ମହାପାତ୍ର,ତରୁଣସେନ ରଥ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଦୀନବନ୍ଧୁ ବାରିକ ଏବଂ ମନୁ ବାରିକ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଅବସରରେ ହରିହର ସାଂସ୍କୃତିକ ସେବା ସମିତିର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂଦେଓ, ସମ୍ପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେଶନିଆ ,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ଶ୍ରୀମୁଖ ଅଗସ୍ତି, ଅଶୋକ ପଟ୍ଟନାୟକ, ସୁବାସ ମହାପାତ୍ର ସମେତ ସମସ୍ତ କର୍ମକର୍ତ୍ତା, ଲାଞ୍ଜିଗଡ଼ ଯୁବଗୋଷ୍ଠୀର ରାଘବ ଗହୀର, ଭୁପେନ୍ଦ୍ର ମହାରଥା, ଏମ୍.ଏସ. ଶେଖର, ପ୍ରଦୋଷ ପୁଷ୍ଟି, ମାନବେନ୍ଦ୍ର ଜେନା, କାର୍ତ୍ତିକ ଓଡ଼ିଆ ସମେତ ପ୍ରହରୀ କମିଟିର ସମସ୍ତ ସଦସ୍ୟ, ଲାଞ୍ଜିଗଡ ମହିଳା ମଣ୍ଡଳୀ ପ୍ରମୁଖ ସହଯୋଗ କରିଥିଲେ। ଭକ୍ତ ମାନକ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବାବେଳେ ଅଞ୍ଚଳର ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories