୦‰ ସୁଧ ହାରରେ ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ମିଶନ ଶକ୍ତି ଋଣ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ମଙ୍ଗଳବାର ସ୍ୱତନ୍ତ୍ର ମିଶନ ଶକ୍ତି ବ୍ୟାଙ୍କ ଋଣର ସୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଭାସୀ ମାଧ୍ୟମରେ ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଥିବାବେଳେ ଏହି ପରିପେକ୍ଷୀରେ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜିର ଏହି ଆଭାସୀ  କାର୍ଯ୍ୟକ୍ରମରେ ୦‰ ସୁଧ ହାରରେ ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନ, ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ଏବଂ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜରର ସହାୟତା ଘୋଷଣା କରିଥିଲେ।
ଏହି ପରିପେକ୍ଷୀରେ ଲାଞ୍ଜିଗଡ ବ୍ଲକର ଏହି କାର୍ଯ୍ୟକ୍ରମରେ ୩୬୪ ସ୍ୱୟଂ ସହାୟକ ଗୋଷ୍ଠୀ  ମହିଳା ମାନଙ୍କୁ ୧୧ ଲକ୍ଷ ୯୫ ହଜାର ୮୩୫ ଟଙ୍କାର ସୁଧ ଫେରସ୍ତ ଚେକ ମାଧ୍ୟ୍ୟମରେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ  ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଏଲଏଫ ସଭାନେତ୍ରୀ ସରୋଜିନୀ ପ୍ରଧାନ, ସିଡିପିଓ ବିଜୟଶ୍ରୀ ସିଂଦେଓ, ବନ୍ଧପାରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସମାଜସେବୀ  ଫୁଲମେ ମାଝୀ, ବିଶ୍ୱନାଥପୁର ଷ୍ଟେଟ ବ୍ୟାଙ୍କ ଫିଲଡ ଅଫିସର ଅବିନାଶ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଲାଞ୍ଜିଗଡ ବ୍ଲକ ବିପିସି ଜାଭେଦ ଖାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମିଶନ ଶକ୍ତି ବିପିମ ସଞ୍ଜୀବ କୁମାର କଂହର ଧନ୍ୟବାଦ ଅର୍ପଣ କରିଥିଲେ

Comments are closed.