www.samajalive.in
Monday, December 8, 2025
14.1 C
Bhubaneswar

ଗାଁକୁ ନାହିଁ ରାସ୍ତା; ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ନୂଆପଡ଼ା: ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ କେତେକ ସ୍ଥାନରେ ତାହା ପହଞ୍ଚିପାରୁନାହିଁ। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କ ପାଇଁ ହୋଇଥିବା ଜନନୀ ଏକ୍ସପ୍ରେସ ମଧ୍ୟ ପହଞ୍ଚିପାରୁ ନାହିଁ। ଫଳରେ ଗର୍ଭବତୀ ମହିଳା ଷ୍ଟ୍ରେଚରରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚୁଛନ୍ତି । ଯଦିଓ ରାଜ୍ୟରେ ଏଭଳି ଘଟଣା ନୂଆ ନୁହେଁ ତଥାପି ବାରମ୍ବାର ଏହା ଘଟିବା ଗ୍ରହଣୀୟ ମଧ୍ୟ ନୁହେଁ ।

ଶନିବାର ପୁଣି ଏଭଳି ଏକ ଘଟଣା ସିନାପାଲି ବ୍ଲକ ଚିତାରମା ଗାଁରେ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ଜନନୀ ଏକ୍ସପ୍ରେସ ପହଞ୍ଚି ପାରି ନଥିଲା। ଫଳରେ ବାଧ୍ୟ ହୋଇ ପରିବାରଲୋକେ ପ୍ରସବ ଯନ୍ତ୍ରଣାରେ ଛଟପଛ ହେଉଥିବା ଜଣେ ଗର୍ତ୍ତବତୀଙ୍କୁ ୩କିମି ଷ୍ଟ୍ରେଚରରେ ବୋହି ନଦୀ ପାର ହୋଇ ଡାକ୍ତଖାନାରେ ପହଞ୍ଚାଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories