www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ସନରାଇଜର୍ସ ହାଇଦ୍ରାବାଦ-ଗୁଜରାଟ ଟାଇଟାନ୍ସ ଟକ୍କର

ହାଇଦ୍ରାବାଦ: ଆଇପିଏଲ୍ ମହାସମର। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ  ଖେଳାଯିବ। ଉକ୍ତ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଗୁରୁତ୍ବପୂର୍ଣ୍ଣ। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ସନରାଇଜର୍ସକୁ ଉକ୍ତ ମ୍ୟାଚ କୌଣସି ମତେ ଜିତିବାକୁ ପଡ଼ିବ। ସନରାଇଜର୍ସ ହାଇଦ୍ରାବାଦ ୧୨ଟି ମ୍ୟାଚରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ଉକ୍ତ ମ୍ୟାଚକୁ ଜିତି ପ୍ଲେ ଅଫ ଦୌଡ଼ ନିଶ୍ଚିତ କରିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଗୁଜରାଟ ଟାଇଟାନ୍‌ସ ୧୩ଟି ମ୍ୟାଚରୁ ୫ଟି ବିଜୟ, ୭ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୧ ପଏଣ୍ଟ ପାଇ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ୭ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଥିଲା। ସନରାଇଜର୍ସ ପରାଜୟର ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ସନରାଇଜର୍ସ ବ୍ୟାଟିଂରେ ବେଶ ଶକ୍ତିଶାଳୀ। ଦୁଇ ଓପନର ଟ୍ରେଭିସ ହେଡ୍‌ ଓ ଅଭିଷେକ ଶର୍ମା ଚମତ୍କାର ଫର୍ମରେ ରହିଛନ୍ତି। ହେଡ୍‌ ୫୩୩ ଓ ଅଭିଷେକ ୪୦୧ରନ କରିଛନ୍ତି। ହେନରିଚ କ୍ଲାସେନ ୩୩୯, ନିତିଶ କୁମାର ରେଡ୍ଡି ୨୩୯, ଆଇଡାନ ମାର୍କରାମ ୧୯୯ ରନ କରିଛନ୍ତି। ବୋଲିଂ ବିଭାଗରେ ଟି ନଟରାଜନ, ପ୍ୟାଟ୍‌ କମିନ୍‌ସ, ମାର୍କୋ ୟାନସେନ ଓ ଭୁବନେଶ୍ବର କୁମାର ଓ ଅବଦୁଲ ସାମଦ ପ୍ରମୁଖ ରହିଛନ୍ତି। କମିନ୍‌ସ, ଭୁବନେଶ୍ବର କୁମାର ଦ୍ରୁତ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ​‌ଶେ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ପକ୍ଷରୁ ଧାର୍ଯ୍ୟ ୧୬୬ରନ ଲକ୍ଷ୍ୟକୁ ସନରାଇଜର୍ସ ୯.୪ ଓଭରରେ ସଂଗ୍ରହ କରିନେଇଥିଲା । ଦଳ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ସହ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories