www.samajalive.in
Monday, December 15, 2025
17.1 C
Bhubaneswar

ଅନନ୍ତ ଅମ୍ବାନୀଙ୍କ ପ୍ରାକ୍‌‍ ବିବାହ ଉତ୍ସବ ଅନ୍ନସେବାରୁ ଆରମ୍ଭ, ୫୧ ହଜାର ଲୋକଙ୍କୁ ଭୋଜନ ପରଷା

ଜାମନଗର: ଅମ୍ବାନୀ ପରିବାରର କନିଷ୍ଠ ସନ୍ତାନ ତଥା ଉଦ୍ୟୋଗପତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ଅନ୍ନସେବାରୁ ଆରମ୍ଭ ହୋଇଛି । ଜାମନଗରରେ ରିଲାଏନ୍ସ ଟାଉନସିପ ନିକଟବର୍ତ୍ତୀ ଯୋଗବଡ଼ ଗ୍ରାମରେ ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ଅମ୍ବାନୀ ପରିବାରର ଅନ୍ୟ ସଦସ୍ୟଗଣ ଗ୍ରାମବାସୀଙ୍କୁ ପାରମ୍ପରିକ ଗୁଜରାଟୀ ଭୋଜନ ପରଷିଥିଲେ । ରାଧିକାଙ୍କ ଜେଜେ ମା’ ଏବଂ ମାତା-ପିତା, ବିରେନ ଓ ଶୈଲା ମର୍ଚ୍ଚାଣ୍ଟ ମଧ୍ୟ ଅନ୍ନସେବାରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୫୧ ହଜାର ସ୍ଥାନୀୟ ଅଧିବାସୀଙ୍କୁ ଭୋଜନ ପରଷାଯିବ ଯାହା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଜାରି ରହିବ ।

ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବ ସମାରୋହ ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିବା ସକାଶେ ଅନ୍ନସେବା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଭୋଜନ ପରେ ଉପସ୍ଥିତ ଲୋକମାନେ ପାରମ୍ପରିକ ଲୋକ ସଙ୍ଗୀତର ଆନନ୍ଦ ଉଠାଇଥିଲେ । ପ୍ରସିଦ୍ଧ ଗୁଜରାଟୀ ଗାୟକ କୀର୍ତ୍ତିଦାନ ଗଢବୀ ନିଜର ସଙ୍ଗୀତରେ ସମସ୍ତଙ୍କ ମନ ମୋହିଥିଲେ । ଅମ୍ବାନୀ ପରିବାରରେ ଅନ୍ନସେବାର ପରମ୍ପରା ପୁରାତନ । ପାରିବାରିକ ଶୁଭ ଅବସରରେ ଅମ୍ବାନୀ ପରିବାର ଅନ୍ନସେବା ଆୟୋଜନ କରିଆସୁଛନ୍ତି । କରୋନା ମହାମାରୀ ସମୟରେ ଦେଶ ଯେତେବେଳେ ସଙ୍କଟଜନକ ସ୍ଥିତିରେ ରହିଥିଲା ସେତେବେଳେ ମଧ୍ୟ ଅନନ୍ତ ଅମ୍ବାନୀଙ୍କ ମା’ ନୀତା ଅମ୍ବାନୀଙ୍କ ମାର୍ଗଦର୍ଶନରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦୁନିଆର ସବୁଠାରୁ ବୃହତ ଅନ୍ନ ବିତରଣ କାର୍ଯ୍ୟକ୍ରମ ଜାରି ରହିଥିଲା । ପାରିବାରିକ ପରମ୍ପରାକୁ ଆଗକୁ ବଢାଇ ଅନନ୍ତ ଅମ୍ବାନୀ ନିଜ ବିବାହ ପୂର୍ବ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ଅନ୍ନସେବାରୁ କରିଛନ୍ତି ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories