www.samajalive.in
Sunday, December 14, 2025
23.1 C
Bhubaneswar

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

କଣ୍ଟାବାଞ୍ଜି : ବଙ୍ଗମୁଣ୍ଡା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାଲିଖମାର ଗାଁର ଯୁବକ ବିରଞ୍ଚି ଖରସେଲଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ୫୦୦ ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ଜୋରିମାନା ପୈଠ ନକଲେ ୩ଟି ପୃଥକ ଦଫାରେ ଅଧିକ ୨ ବର୍ଷ ୩ ମାସ ୭ ଦିନ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଦୌରାଜଜ ପ୍ରାପ୍ତ ସୂଚନା ମତେ ୨୦୨୧ ମସିହା ମେ ମାସ ୨୫ ତାରିଖ ଅପରାହ୍ନ ୨ଟା ସମୟରେ ବାଲିଖମାର ଗାଁର ଜୈନେକ ମହିଳା ନିଜ ଚାଷ ଜମିକୁ ଶୌଚ ହେବା ପାଇଁ ଯାଇଥିବାବେଳେ ବିରଞ୍ଚି ଖରସେଲ ତାଙ୍କୁ ଦୁଷ୍କର୍ମ କରିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମହିଳା । ଏହି ମାମଲାର ବିଚାର କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା, ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ, ଦଫା ୫୦୬ ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ୫ ହଜାର ଟଙ୍କା ଜୋରିମାନା, ଅନାଦେୟ ୩ ମାସ ଅଧିକ ଜେଲ, ଦଫା ୩୪୧ ରେ ୧ ମାସ ଜେଲ, ୫୦୦ ଟଙ୍କା ଜୋରିମାନା, ଅନାଦେୟ ୭ ଦିନ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଦୌରାଜଜ

 

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories