www.samajalive.in
Monday, December 15, 2025
16.1 C
Bhubaneswar

ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କଲା କ୍ରାଇମବ୍ରାଞ୍ଚ

କଟକ: କ୍ରାଇମବ୍ରାଞ୍ଚ   ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କରିଛି। ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଅଧିକ ପଚରାଉଚରା କରିବା ପାଇଁ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ। ସୋସିଆଲ ମିଡିଆରେ ବାୟର ସେଲର ଅଫ ଓଟିପି ନାଁରେ ଏକ ଗ୍ରୁପ ରହିଥିଲା। ଏହି ଗ୍ରୁପ ଜରିଆରେ ହିଁ ବଡ଼ ଧରଣର ସ୍କାମ୍‌ କରାଯାଉଥିଲା। ଦୁଷ୍ମନ୍ତ ସାହୁ ଏହି ଠକେଇ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା। ଯେଉଁଥିରେ ଏହି ବଡ଼ ଧରଣର ସ୍କାମ କରାଯାଉଥିଲା ।

ତେବେ ପ୍ରତି ସିମ୍‌ ୪୦୦ ଟଙ୍କାରେ ବିକୁଥିଲେ ଏହି ଅଭିଯୁକ୍ତ। ବିଭିନ୍ନ କମ୍ପାନି ସିମ୍‌କୁ ଅନଲାଇନ ଗ୍ରୁପ ମାଧ୍ୟମରେ ବିକ୍ରି କରୁଥିଲେ। ଏହି ମାମଲାରେ ଆହୁରି ତଦନ୍ତ ବାକି ରହିଛି। ବିଗତ ଦୁଇ ବର୍ଷ ହେଲା ଏହା ସ୍କାମ୍‌ କରି ଆସୁଥିଲେ ଅଭିଯୁକ୍ତ। କୌଣସି ଏକ ସୂତ୍ରରୁ ଖବର ପାଇ ଏହି ଠକେଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories