www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରମିକ ଦିବସରେ ଶ୍ରମିକଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ଼ – ଟିଟିଲାଗଡ଼ ବ୍ଳକର ଖୋଲାନ ପଞ୍ଚାୟତରେ ବିଶ୍ୱ ଶ୍ରମିକ ଦିବସ ଅବସରରେ ମଞ୍ଚରେ ଶ୍ରମିକ ଅତିଥି ଭାବରେ ସମ୍ମାନ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ସରପଞ୍ଚ ନରେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ମେଜର ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ବିଶ୍ୱକର୍ମା ରୂପକ ଶ୍ରମିକବର୍ଗଙ୍କ ସ୍ୱାର୍ଥ ରକ୍ଷା, ବିଭିନ୍ନ ସମସ୍ୟାର ସମାଧାନ, ସରକାରୀ ଯୋଜନାର ସୁଫଳ ପ୍ରଦାନ ପାଇଁ ସଭାରେ ମତ ପ୍ରକାଶ ପାଇଛି ।

ସମ୍ମାନିତ ଅତିଥି ଭାବରେ ଶ୍ରମିକ ଅଚ୍ୟୁତ ରଣା, ଦଶ ହଂସ, ଗୌରୀ ମାଝୀ ଯୋଗ ଦେଇଥିଲେ । ମନରେଗା କାର୍ଯ୍ୟରେ ପାଉଣା ମିଳିବାରେ ବିଳମ୍ବ, ଅନ୍ୟ କୌଣସି ସବୁଦିନିଆ କାମ ମିଳୁନଥିବା ନେଇ ସେମାନେ ସର୍ଦାର୍‌ ଠାରୁ ଅଗ୍ରୀମ ନେଇ ଇଟା ଭାଟିକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ କରିଥିଲେ । ଏହି ଅବସରରେ ମନରେଗା ଯୋଜନାରେ ୧୦୦ ଏବଂ ୨୦୦ ଦିନ କାମ ସମ୍ପୂର୍ଣ୍ଣ କରିଥବା ଶ୍ରମିକଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବା ସହ ଟାଣ ଖରାରୁ ରକ୍ଷା ପାଇଁ ଛତା ପ୍ରଦାନ କରାଯାଇଥିଲା ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories