www.samajalive.in
Sunday, December 14, 2025
23.1 C
Bhubaneswar

ହରଭଙ୍ଗା:ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ସଚେତନ ପଥପ୍ରାନ୍ତ ନାଟକ ଉଦ୍‌ଯାପିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ୱାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ସଚେତନ ପଥପ୍ରାନ୍ତ ନାଟକ ସଙ୍କୁଲୋଇ ଗ୍ରାମରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଙ୍କୁଲୋଇ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସତ୍ୟବାଦୀ ଚାଉଳିଆ, ଅଙ୍ଗନୱାଡ଼ି କର୍ମୀ ଶିବାନୀ ପ୍ରଧାନ, ଆଶା କର୍ମୀ ଜିନା ବାଘ ଓ ସଙ୍କୁଲୋଇ ଏମବିକେ ପ୍ରମିତା ଚାଉଳିଆ ଯୋଗ ଦେଇ ଏହା ଏକ ଉତ୍ତମ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ଝିଅ ମାନଙ୍କୁ ୨୧ ବର୍ଷ ନେହବା ପର୍ଯ୍ୟନ୍ତ ବିବାହ ନକରିବାକୁ ଶପଥ କରାଇଥିଲେ ।

ଉଦଯାପନୀ ଦିବସରେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା, ହରଭଙ୍ଗା ପଞ୍ଚାୟତର ଭେଜିଗୋରା, ବୁକେସିଙ୍ଗା, ସଙ୍କୁଲୋଇ ପଞ୍ଚାୟତର କମ୍ଭୁନାଥପୁର, ନୂଆପଡ଼ା ରେ ନାଟକ ପରିବେଷଣ ସରିବା ପରେ ସଙ୍କୁଲୋଇ ଗାଁ ରେ ପଥପ୍ରାନ୍ତ ନାଟକ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କର୍ମ କର୍ତ୍ତା ସୁଧିର ଦୀପ ପରିଚାଳନା କରିଥିଲେ ।

- Advertisement -

ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ଭାବେ ସୁମନ୍ତ ଭୋଇ, ଛନ୍ଦା ଚରଣ ଭୋଇ, ରୁନାଲିସା ମାଝୀ, ସୌମ୍ୟା ଦୀପ , ରାଜବୀର ଦୀପ, ଶିବମ ସାଗର, ବିରେନ୍ଦ୍ର ସାହୁ ପ୍ରମୁଖ ନାଟକ ପରିବେଷଣ କରିଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories