www.samajalive.in
Friday, December 5, 2025
23.1 C
Bhubaneswar

କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡିଲା: ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ

ହରଭଙ୍ଗା: ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା ଏବେ ପୁରା ଆକ୍ସନ ମୁଡରେ । କର୍ତ୍ତବ୍ୟରେ ଅବହେଳା ଯୋଗୁ ପୁଣି ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି । ଏହାକୁ ନେଇ ସାରା ଜିଲ୍ଲାରେ ଆଲୋଚନା ସହିତ ଶିକ୍ଷକଙ୍କ ମହଲରେ ଭୟ ପଶିଛି ।

ସୂଚନା ଅନୁସାରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଭାବେ ଶ୍ରୀ ବେହେରା ଦାୟିତ୍ୱ ନେବା ପରେ ସ୍କୁଲ ଗୁଡିକୁ ଅଚାନକ ପରିଦର୍ଶନ କରୁଛନ୍ତି । ଗତ ୬,୭,୧୮,୧୯,୨୪ ଏବଂ ୨୫ ତାରିଖରେ ସେ ବ୍ଲକର ଖରଶଙ୍କୁଲେଇ, ଶାକୁସିଙ୍ଗା, ଝାରଖମଣ, ବାହାଲି, ବଲଣ୍ଡା, ସୁରୁଣ୍ଡି, ଗୋଠସାହି ଏବଂ କଣ୍ଠିପଦର ଆଦି ୮ଗୋଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡିକ ପୃଥକ ପୃଥକ ସମୟରେ ଅଚାନକ ପରିଦର୍ଶନ କରିଥିଲେ ।

- Advertisement -

ପରିଦର୍ଶନ ସମୟରେ ଶିକ୍ଷକ ସଠିକ୍‌ ସମୟରେ ସ୍କୁଲ ନପଂହଚିବା, ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ଏବଂ ଲେସନ ନୋଟ ଆଦିରେ ଅବହେଳା କରିଥିବା ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କ ଗୋଟିଏ ଦିନ ଲେଖାଏଁ ବିଇଓ ଦରମା ବନ୍ଦ କରିଛନ୍ତି । ବନ୍ଦ ଦରମା ତାଲିକାରେ ଥିବା ଶିକ୍ଷକମାନଙ୍କ ମଧ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝାରଖମଣର ସୁରମଣି ମଲ୍ଲିକ, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାହାଲିର ଦୟା କୁମାର ହଂସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁରୁଣ୍ଡିର ପ୍ରଦୀପ କୁମାର ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଲଣ୍ଡାର ସାଧୁଚରଣ ଦେହୁରୀ, ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଖରଶଙ୍କୁଲେଇର ବିରେନ୍ଦ୍ର ମହାକୁଡ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶାକୁଶିଙ୍ଗାର ରଞନ କୁମାର ପାତ୍ର, ସରକାରୀ ପ୍ରାଥମିକ ବିଦ୍ୟାଳୟ କଣ୍ଠିପଦରର ବାବୁଲି ସାହୁ, ଜିତେନ୍ଦ୍ର କୁମାର ଡାଳୁଆ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଠସାହିର ଜ୍ୟୋତ୍ସାରାଣି ମିଶ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ରାଜେନ୍ଦ୍ର କୁମାର ସାମଲ ଭଳି ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି ।

ସୂଚନା ଥାଉ କି ଗତ ଜୁଲାଇ ମାସରେ ବିଇଓ ବାଘପାଲ୍ଲି, ପନଖିମାଲ ଓ ବିରିଗଡ ଆଦି ସ୍କୁଲଗୁଡିକ ଅଚାନକ ପରିଦର୍ଶନ କରି କର୍ତ୍ତବ୍ୟରେ ଅବହେଳା କରିଥିବା ୯ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ । ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ଲକରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରେ ଭୟ ପଶିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲରେ ପଂହଚିବା ଦିଗରେ ଶିକ୍ଷକମାନେ ଯତ୍ନବାନ ହେଉଥିବା ଦେଖିବାକୁ ମିଳୁଛି । ବିଇଓଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଶିକ୍ଷାକ୍ଷେତ୍ରରେ ଅନେକ ସୁଧାର ଆଣିପାରିବ ବୋଲି ବୁଦ୍ଧିଜୀବି ଓ ଶିକ୍ଷାପ୍ରେମୀ କହିଛନ୍ତି ।

 

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories