www.samajalive.in
Friday, December 5, 2025
23.1 C
Bhubaneswar

ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ୍

ସମାଜ ଲାଇଭ ଡ଼େସ୍କ : ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବିଶ୍ୱରେ ପ୍ରଥମେ ସାମାଜିକ ଗଣମାଧ୍ୟମ ନିଷେଧ କରିଛି ଅଷ୍ଟ୍ରେଲିଆ । ଏହି ନିଷେଧ ନିୟମ କାର୍ଯ୍ୟକାରୀ ହେଲେ ୧୬ ବର୍ଷରୁ କମ୍ ବୟସର ଅଷ୍ଟ୍ରେଲୀୟ ପିଲା ମାନଙ୍କ ଦ୍ୱାରା ରଖାଯାଇଥିବା ଦଶ ଲକ୍ଷରୁ ଅଧିକ ସାମାଜିକ ଗଣମାଧ୍ୟମ ଆକାଉଣ୍ଟଗୁଡ଼ିକ ନିଷ୍କ୍ରିୟ ହୋଇଯିବ ବୋଲି କୁହାଯାଉଛି । ଆଗାମୀ ଡିସେମ୍ବର ୧୦ ତାରିଖରୁ ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହେବ । ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍, ସ୍ନାପଚଟ୍ ଏବଂ ୟୁଟ୍ୟୁବ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।   ନିୟମ ଉଲଂଘନ କଲେ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର (୩୨ ନିୟୁତ ଡଲାର) ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନା ମିଳିଛି ।

ବିଶ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଏପରି ନିଷ୍ପତ୍ତି ନେଇଛି । ସାମାଜିକ ଗଣମାଧ୍ୟମ ପିଲାମାନଙ୍କ ପାଇଁ ବିପଦ ଏବଂ କ୍ଷତିକାରକ ପରିଲକ୍ଷିତ କରି ଏପରି ନିଷ୍ପତ୍ତି ନେଇଛି ଅଟରେଲିଆ । ଏହା ସହ ଛୋଟପିଲାଙ୍କୁ ଯେଉଁ ବିଷୟବସ୍ତୁକୁ ପ୍ରଭାବ କରୁଛି ସେସବୁକୁ ହ୍ରାସ କରିବା ପାଇଁ ଏକ ଆଇନ ପ୍ରଚଳନ କରିଛି । ଅଷ୍ଟ୍ରେଲିଆ ଦାବି କରିଛି ଯେ , ଯେଉଁ ଛୋଟ ପିଲାମାନେ ପୂର୍ବରୁ ଦୁର୍ବଳ ଅଛନ୍ତି ସେମାନଙ୍କୁ ଲାଇକ୍ ଫାଶରେ ଟାଣି ଆଣି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଛି ସାମାଜିକ ଗଣମାଧ୍ୟମ ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories