www.samajalive.in
Sunday, December 14, 2025
23.1 C
Bhubaneswar

ଏପଟେ ଶ୍ରମିକ ଦିବସ ପାଳନ ସେପଟେ ଟାଣ ଖରାରେ ଶିଶୁ ଶ୍ରମିକ ବାଉଁଶ ଝୁଡି ମୁଣ୍ଡାଇଥିବାର ଦୃଶ୍ୟ

ହରଭଙ୍ଗା . ସାରା ଭାରତବର୍ଷରେ ମେ ଏକ ତାରିଖରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହେଇଛି । ଏଭଳି ଏକ ମହତ୍ ଦିନରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ କେନ୍ଦୁପତ୍ର  ରେଞ୍ଜର ଅଧିନସ୍ଥ ବାଇଶିପଡା ପତ୍ର ଫଡିରେ ଏକ ଅଭାବନୀୟ ଦୃଶ୍ୟ ନଜର କୁ ଆସିଛି ।

ଚାରି ରୁ ପାଞ୍ଚ ଜଣ କୁନି କୁନି ଶିଶୁ ଟାଣ ଖରାରେ ବାଉଁଶ ଝୁଡିରେ କେନ୍ଦୁପତ୍ର ମୁଣ୍ଡରେ ବୋହୁଥିବାର ଦୃଶ୍ୟ । ଶିଶୁମାନେ କେନ୍ଦୁପତ୍ର ଶୁଖାଉଥିବା ଏବଂ ଏହାକୁ ବାଉଁଶ ଝୁଡିରେ ମୁଣ୍ଡାଇ ନେଉଥିବା ନଜରକୁ ଆସିଛି। ଶିଶୁଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିବା ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିପିଆଇ ସମ୍ପାଦକ ଅବକାଶ ସାହୁ ଦାବି କରିଛନ୍ତି । ତୁରନ୍ତ ଏ ଦିଗରେ ଶ୍ରମବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories