www.samajalive.in
Sunday, December 14, 2025
19.1 C
Bhubaneswar

ସିନ୍ଦୁରର ସ୍ୱପ୍ନ ଦେଖାଇ ପ୍ରତାରଣା- ଗ୍ରାମବାସୀଙ୍କ ସହାୟତାରେ ପ୍ରେମିକର ଦୁଆରେ ପ୍ରେମିକା ।

ନର୍ଲା : ପ୍ରେମ ବେଳେ ସାବାଳିକା ପ୍ରେମିକା ଅନେକ ସ୍ୱପ୍ନ ଦେଖିଥାଏ । ହାତରେ ଶଙ୍ଖା,ସିନ୍ଥିରେ ସିନ୍ଦୂର,ପାଦରେ ଅବିର ଲଗେଇ ମଥାରେ ଓଢଣୀ ଦେଇ ଦିନେ ସେ ନୁଆ ବୋହୂ ହେବାର ସ୍ୱପ୍ନ ଦେଖିଥାଏ । ହେଲେ ସେ ସ୍ୱପ୍ନ ତାର ପାଣି ଫୋଟକା ପରି ମିଳେଇ ଯାଏ,ଯେତେବେଳେ ପ୍ରେମ ବଦଳରେ ପ୍ରେମିକ ତାକୁ ପ୍ରତାରଣା କରେ ।

ଏମିତି ଏକ ଘଟଣା ଘଟିଛି ନର୍ଲା ବ୍ଲକ ସୀମାନ୍ତ ଗାଁ ତଥା ମଦନପୁର ରାମପୁର ବ୍ଲକର ବାରବନ୍ଧା ପଞ୍ଚାୟତ ଅଧିନସ୍ଥ ବାଲବେଡା ଗ୍ରାମରେ । ଏହି ଗ୍ରାମର ୨୨ବର୍ଷର ଆଦିବାସୀ ଦିବ୍ୟାଙ୍ଗ ଝିଅକୁ ବିବାହର ସ୍ୱପ୍ନ ଦେଖାଇଥିଲା ଅଜିତ ସା । ପୀଡିତାଙ୍କ କହିବାନୁଯାୟୀ ଦୀର୍ଘ ୪ ବର୍ଷ ହେଲା ନିକଟସ୍ଥ ପଡୋଶୀ ଗ୍ରାମ ଗୁନାଙ୍ଗବେଡାର ଅଜିତ ସା ସହିତ ତାର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ମନ ମିଶେଇ ଭଲ ପାଉଥିଲେ । ପୀଡିତା ଯୁକ୍ତ ୩ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ । ତେବେ ଆଦିବାସୀ ବର୍ଗର ଝିଅ ଓ ପ୍ରେମିକ ଅଜିତ ଦଳିତ ବର୍ଗର (କୁଲୁତା ଜାତି) ହୋଇ ଥିବାରୁ ସାମାଜିକ ବିବାହକୁ ସ୍ବୀକୃତି ମିଳୁନଥିଲା । ଯାହା ପୀଡିତା ବହୁବାର ଏକଥା ନିଜ ପ୍ରେମିକକୁ କହିଛି । ହେଲେ ପ୍ରେମିକ ଏକଥାକୁ ଖାତିରି ନକରି ବିବାହ କରିବି ବୋଲି ବାରମ୍ବାର କହିଥିବା ସେ ପ୍ରକାଶ କରିଛି ।

- Advertisement -

ଏପରିକି ପ୍ରେମିକ କଥାରେ ପଡି ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଘରଛାଡି ପ୍ରେମିକ ସହିତ ଭବାନୀପାଟଣା ଆସି ଏକ ଭଡା ଘରେ ରହିଥିଲା । ହେଲେ ଏପ୍ରିଲ ୧୭ ତାରିଖରେ ପ୍ରେମିକ ଅଜିତ ତାକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲା । ଫଳରେ ପୀଡିତା ନିରାଶ ହୋଇ ମଦନପୁର ରାମପୁର ଥାନାର ଦ୍ବାରସ୍ଥ ହୋଇଥିଲା ।

ପୁଲିସ ପ୍ରତାରକ ପ୍ରେମିକକୁ ଥାନାରେ ଅଟକ ରଖିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ବାଲବେଡା ଗ୍ରାମବାସୀଙ୍କ ଦାବୀ ଅନୁଯାୟୀ ଅଜିତ ପୀଡିତାକୁ ବିବାହ କରି ନିଜର ପତ୍ନୀର ମାନ୍ୟତା ଦେଉ ବୋଲି ପ୍ରକାଶ କରିଛନ୍ତି । ଏହାକୁ ଭିତ୍ତି କରି ଆଜି ମଧ୍ୟାହ୍ନ ସମୟରେ ବାଲବେଡା ଗ୍ରାମବାସୀ ପୀଡିତାକୁ ଧରି ପ୍ରେମିକର ଘରକୁ ଯାଇ ଝିଅକୁ ବୋହୂ କରି ରଖିବାକୁ ପ୍ରେମିକର ବାପା-ମାଆକୁ କହିଛନ୍ତି । ଶ୍ବଶୁର ଘର ଲୋକେ ଏହାକୁ ଗ୍ରହଣ କରୁ ନଥିବା ବେଳେ ସଂଧ୍ୟା ୬ଟା ୧୫ ସୁଦ୍ଧା ଏହାର ସମାଧାନ ହୋଇ ପାରି ନାହିଁ । ପ୍ରେମିକ ଅଜିତର ମାଆ କେଉଁଠି ଲୁଚି ରହିଥିବାରୁ ଝିଅକୁ ସମର୍ପିବାରେ ବାଧକ ହେଉଛି ବୋଲି ଶୁଣା ଯାଇଛି । ତେବେ ଅଜିତ ପୀଡିତାଙ୍କୁ ନିଜର କଲେ ଏହାର ସମାଧାନ ହେବ ବୋଲି ବାଲବେଡା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories