www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରାର୍ଥନା ଦିଏ ଅନେକ ସମସ୍ୟାରୁ ମୁକ୍ତି

ସାଧାରଣତଃ ଘରର ଗୁରୁଜନମାନେ ସକାଳେ ଓ ସନ୍ଧ୍ୟାରେ ପ୍ରତିଦିନ ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଦୈନନ୍ଦିନର ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରାର୍ଥନା କରିବାକୁ ଭୁଲି ଯାଇଥାଆନ୍ତି। ତେବେ ଆପଣ ଜାଣନ୍ତି କି, ପ୍ରାର୍ଥନା ଆମ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ? ଚାଲନ୍ତୁ ଜାଣିବା ପ୍ରତ୍ୟେକଦିନ ପ୍ରାର୍ଥନା କରିବା ଦ୍ବାରା ଆମର କି ଉପକାର ହୋଇଥାଏ –

ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ଲୋକେ ବିଭିନ୍ନ ଉପାୟ ଖୋଜିଥା’ନ୍ତି। କିନ୍ତୁ ଏହାର ସହଜ ଉପାୟ ହେଉଛି ପ୍ରତିଦିନ ପ୍ରାର୍ଥନା କରିବା। ପ୍ରାର୍ଥନା କରିବା ଦ୍ୱାରା ମାନସିକ ଅବସାଦ ଓ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ପ୍ରାର୍ଥନା ଦ୍ବାରା ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରାର୍ଥନା କରିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ। ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ଆୟୁଷ ବୃଦ୍ଧି ହୋଇଥାଏ। ଆମେରିକାର କ୍ୟାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ପ୍ରାର୍ଥନା ମନୁଷ୍ୟ ଉପରେ କିପରି ପ୍ରଭାବ ପକାଏ ସେନେଇ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ନିୟମିତ ଭାବରେ ପ୍ରାର୍ଥନା କଲେ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ବର୍ତ୍ତମାନର ଅନିୟମିତ ଜୀବନଶୈଳୀ ବିଭିନ୍ନ ରୋଗର ମୁଖ୍ୟ କାରଣ ପାଲଟିଥିବା ବେଳେ ପ୍ରତିଦିନ ପ୍ରାର୍ଥନା କରିବା ଦ୍ୱାରା ଏସବୁ ସମସ୍ୟା ଦୂର ହୋଇଥାଏ। ପ୍ରାର୍ଥନାକୁ ନୋଏଟିକ ଥେରାପି କୁହାଯାଏ। ଯାହାଦ୍ୱାରା ବିନା ଔଷଧ ଓ ସର୍ଜରୀରେ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରାର୍ଥନା କରିବା ଫଳରେ ମନ ଶାନ୍ତ ରହିବା ସହ କ୍ରୋଧ ନିୟନ୍ତ୍ରଣରେ ରହିଥାଏ। ଏଥିସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ସାମୁହିକ ପ୍ରାର୍ଥନା ମନରେ ଏକତା ଭାବ ସୃଷ୍ଟି କରିବା ସହ ଏକୁଟିଆପଣ ଦୂର କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories