www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇ ନେତାଙ୍କ ଇସ୍ତଫାକୁ ସ୍ବାଗତ କଲା ବିଜେପି

ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବା ପରେ ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅନ୍ୟମାନଙ୍କ ସହ ମିଶି କରି କାମ କରିବାର ଅଭ୍ୟାସ ସେମାନଙ୍କର ନାହିଁ । ଉଭୟ ଦଳର ନେତୃତ୍ବରେ କାମ କରି ପାରିଲେ ନାହିଁ ଏବଂ ସେଥିପାଇଁ ଦଳ ଛାଡିଛନ୍ତି । ସମୀର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଯେଉଁ ଦଳକୁ ଯିବେ ଗୋଷ୍ଠୀ ସୃଷ୍ଟି କରିବେ । ହେଲେ ବିଜେପି ଦଳରେ ଗୋଷ୍ଠୀ କରିବାରେ ସଫଳ ନହେବାରୁ ସେମାନେ ଦଳ ଛାଡିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୧୦ଟାରେ ପ୍ରଥମେ ରାଉରକେଲା ବିଧାୟକ ଦିଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇଥିଲେ ଏବଂ ପରେ ଦଳ ଛାଡୁଛନ୍ତି ବୋଲି ଟ୍ବଇଟ୍ ମାଧ୍ୟମରେ ଜଣାଇଥିଲେ । ଦିଲୀପ ରାୟଙ୍କ ଇସ୍ତଫାର କିଛି ସମୟ ପରେ ବିଜୟ ମହାପାତ୍ର ଦଳ ଛାଡିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥି​‌ଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories