www.samajalive.in
Thursday, December 11, 2025
13.1 C
Bhubaneswar

ଚାଷୀଙ୍କ ଜମିରେ ରେଙ୍ଗାଲି କେନାଲର ପାଣି ପହଞ୍ଚିବା ମୋ ଜୀବନର ଶ୍ରେଷ୍ଠ ଉପଲବ୍ଧି: ପୂର୍ବତନ ଅର୍ଥମନ୍ତ୍ରୀ

ଯାଜପୁର : ରେଙ୍ଗାଲି ବାମପାର୍ଶ୍ୱର କେନାଲକୁ ବାସ୍ତବ ରୂପ ଦେଇ ୩ଟି ଜିଲ୍ଲାର କୃଷିକ୍ଷେତ୍ରକୁ ବିକଶିତ କରିଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଅବଦାନ ଅବର୍ଣ୍ଣନୀୟ। ନିଜର ଅର୍ଥମନ୍ତ୍ରୀତ୍ୱ କାଳରେ ରେଙ୍ଗାଲି କେନାଲର ପରିକଳ୍ପନା କରିଥିଲେ ଶ୍ରୀ ଘଡ଼ାଇ। ରେଙ୍ଗାଲି କେନାଲର ପ୍ରଥମ ପାଣି ଢ଼େଙ୍କାନାଳ ଜିଲ୍ଲାର ଭୁବନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଜମିରେ ମାଡ଼ିବା ପରେ ପ୍ରଫୁଲ ଘଡ଼ାଇଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛି ଚାଷୀ ସମାଜ। ସୁକିନ୍ଦା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବିବେକ ବୋଷଙ୍କ ନେତୃତ୍ୱରେ କୁହିକା ଏବଂ ବନ୍ଧଗାଁ ପଞ୍ଚାୟତବାସୀ ଶ୍ରୀ ଘଡ଼ାଇଙ୍କ ଭୁବନେଶ୍ୱର ବାସଭବନରେ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି।

ଭାବବିହ୍ୱଳ ହୋଇ ଘଡ଼ାଇ କହିଛନ୍ତି ଯେ “ଚାଷୀଙ୍କ ଜମିରେ ରେଙ୍ଗାଲି କେନାଲ ପାଣି ପହଞ୍ଚିବା, ମୋ ଜୀବନର ଶ୍ରେଷ୍ଠ ଉପଲବ୍ଧି। ଏଣିକି ସୁକିନ୍ଦାରେ ବର୍ଷ ତମାମ ଚାଷ କାର୍ୟ୍ୟ ହୋଇପାରିବ। ଆସନ୍ତା ବର୍ଷ ଦାନଗଦୀ ବ୍ଲକ ମଧ୍ୟ ଶସ୍ୟଶ୍ୟାମଳ ହେବ। ଏହି ପ୍ରକଳ୍ପ ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳବାସୀ, ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସାର ପାତ୍ର“ ବୋଲି ଘଡ଼ାଇ କହିଛନ୍ତି।

- Advertisement -

ତେବେ ଓଡ଼ିଶାର ସର୍ବାଧିକ ବର୍ଷ ଅର୍ଥମନ୍ତ୍ରୀ ଥିବା ଶ୍ରୀ ଘଡ଼ାଇଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଢ଼େଙ୍କାନାଳର ଭୁବନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳ ପ୍ରାୟ ୨୫ହଜାର ଏକର ଜଳସେଚିତ ହୋଇପାରିଛି। ତାଙ୍କ ପ୍ରଚେଷ୍ଟାରେ ୨,୨୫୫ କୋଟିର ବ୍ୟୟ ସାପେକ୍ଷ ରେଙ୍ଗାଲି କେନାଲ ପ୍ରକଳ୍ପ ଲାଗି ଜାପାନର ଜାଇକା ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ ହୋଇ ପାରିଥିଲା। ଫଳରେ ୨୦୨୪ ମସିହା ସୁଦ୍ଧା ଢ଼େଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୯୭,୪୦୦ ଏକର ଜମି ଜଳସେଚିତ ହେବାକୁ ଯାଉଛି।

ଖଣି ଏବଂ ଶିଳ୍ପାୟନର ରାଜଧାନୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ କୃଷିକ୍ଷେତ୍ରରେ ଅଗ୍ରଣୀ କରାଇବାକୁ ପ୍ରଫୁଲ ଘଡ଼ାଇଙ୍କ ନିରନ୍ତର ପ୍ରୟାସକୁ ଆମେ ଭୁଲି ପାରିବୁ ନାହିଁ ବୋଲି ସୁକିନ୍ଦାବାସୀ କହିଛନ୍ତି। ପ୍ରଫୁଲ ଘଡ଼ାଇଙ୍କୁ ଭେଟି ହୃଦାନ୍ଦନ ପ୍ରଧାନ,ହାଡ଼ିବନ୍ଧୁ ନାୟକ,କୃଷ୍ଣଚନ୍ଦ୍ର ମହାପାତ୍ର,ମଦନ ମୋହନ ପାତ୍ର,ପ୍ରହଲ୍ଲାଦ ମାହନ୍ତ, ଧନେଶ୍ୱର ମାହନ୍ତ ଏବଂ ଗୁରୁଚରଣ ମାହନ୍ତ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories