www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଦୀପ-ପ୍ରଦୋଷ ସ୍ମାରକୀ କ୍ରିକେଟ ଉଦ୍‍ଯାପିତ, ରାଇଜିଂ ଷ୍ଟାର ଚମ୍ପିଆନ୍‍

ଆଠଗଡ:ମ୍ୟାଜେଷ୍ଟିକ୍‍ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆଠଗଡ ମୁଖ୍ୟ କ୍ରୀଡାଙ୍ଗନରେ ଚାଲିଥିବା ୧୯ତମ ପ୍ରଦୀପ-ପ୍ରଦୋଷ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଫାଇନାଲ ମ୍ୟାଚ ସହିତ ଉଦ୍‍ଯାପିତ ହୋଇଯାଇଛି। ବାଙ୍କୀ କୁମାରବସ୍ତର ରାଇଜିଂଷ୍ଟାର କ୍ଲବ ଖୋର୍ଦ୍ଧାର କଳିଙ୍ଗ କ୍ରିକେଟ କ୍ଲବକୁ ୫ୱିକେଟ ବ୍ୟବଧାନରେ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ। ଟସ୍‍ଜିତି ପ୍ରଥମେ ବ୍ୟାଟିଂ କରିଥିବା କଳିଙ୍ଗକ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟ୍ସମ୍ୟାନ ଟୁନୁ ଖଟୁଆଙ୍କ ୪୨ରନ୍‍ ସହାୟତାରେ ୧୮୧ରନ୍‍ ସଂଗ୍ରହ କରିଥିଲା। ୧୮୨ରନ୍‍ ବିଜୟ ଲକ୍ଷର ଅନୁଧାବନ କରିଥିବା ରାଇଜିଂଷ୍ଟାର କ୍ଲବ ୧୯ ଓଭରରେ ୫ୱିକେଟ ହରାଇ ଆବଶ୍ୟକୀୟ ରନ୍‍ ସଂଗ୍ରହ କରି ବିଜୟୀ ହେବା ସହ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିଲା। କୁମାରବସ୍ତ ଦଳର ସୁନୀଲ ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ କଳିଙ୍ଗ କ୍ଲବର ଟୁୁନୁ ଖଟୁଆ ମ୍ୟାନ ଅଫ ଦି ସିରିଜ ବିବେଚିତ ହେବା ସହ ପୁରସ୍କୃତ ହୋଇଥିଲେ।

 

- Advertisement -

କ୍ଲବର ସଂପାଦକ ନଳିନୀକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍‍ବୋଧନ ଦେବା ସହ ଚମ୍ପିଆନ ଓ ରନର୍ସଅଫ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ସମାଜସେବୀ ବିରଞ୍ଚି ନାରାୟଣ ପଟ୍ଟନାୟକ ଓ ମହିର କୁମାର ତ୍ରିପାଠୀ ଯୋଗଦେଇଥିଲେ। ମ୍ୟାଜେଷ୍ଟିକ କ୍ଲବର ସମସ୍ତ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories