ଆଠଗଡ: ଆଠଗଡ ଅବକାରୀ ଓ କଟକ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡର ମିଳିତ ଭାବେ ଆଠଗଡ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମରେ ଶନିବାର ଚଢାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିଥିବା ଜଣାପଡିଛି। ତାଳବସ୍ତ ଗ୍ରାମର ଚାଷଜମି ଓ ନାଳ ପାର୍ଶ୍ବବର୍ତ୍ତି ବୁଦା ଜଙ୍ଗଲ ମଧ୍ୟରେ ଶତାଧିକ ଜାରକିନରେ ଲୁଚାଇ ରଖାଯାଇଥିବା ୪୬୯୦ଲିଟର ଗୁଡପୋଚ ଏବଂ ସଦ୍ୟପ୍ରସ୍ତୁତ ୪୫୫ଲିଟର ଦେଶୀମଦ ଜବତ କରିବା ସହ ସେଗୁଡିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। କଟକ ଜିଲା ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲା, ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ ଓ ନରସିଂହପୁରର ଅବକାରୀ ସହକାରୀ ଉପନିରୀକ୍ଷକ ଦେବାନନ୍ଦ ଭୂୟାଁଙ୍କ ନେତୃତ୍ୱରେ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।
Popular Categories



