www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି, ଶେଷ ତାରିଖ ଜୁଲାଇ ୩୧

ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିଓ୍ୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଚିଠି (ନଂ.୭୧୫୦, ଡି.ଟି.୭/୦୭/୨୦୨୪) ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ। ଖରିଫ, ୨୦୨୩ରେ ଜିଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କ ଭାଗ ବହନ କରିବେ ଏବଂ ଆବେଦନର ବୈଧତା ପାଇଁ ସେମାନଙ୍କୁ ମାତ୍ର ୧/- ଟଙ୍କା ଦେବାକୁ ପଡିବ।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଉନ୍ନତ ବିପଦ ପ୍ରଶମନ ପାଇଁ ଏହି ଯୋଜନାରେ କୃଷକଙ୍କ ପଞ୍ଜୀକରଣ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଖରିଫ ଋତୁରେ ଅତି କମରେ ୨୦ ପ୍ରତିଶତରୁ ଅଧ#କ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପ୍ରକାଶ କରିଛନ୍ତି।

- Advertisement -

ଜାଲିଆତି ବୀମା ବିଷୟରେ ସୂଚନା ଦେବାକୁ ଯାଇ ପ୍ରମୁଖ ଶାସନ ସଚିବ ଡ. ପାଢୀ ଉଲ୍ଲେଖ କରିଛନ୍ତି ଯେ ଏହି ମାମଲାରେ ସରକାରୀ ଜମିରେ କୃଷିବୀମା, ଅଣଚାଷ ଜମି ଏବଂ ଜଣେ ଅନ୍ୟର ଜମିରେ ବୀମା କରୁଥିବା ଭଳି ଅନେକ ଅସାଧୁ ବ୍ୟକ୍ତି ନଜରକୁ ଆସିଛନ୍ତି। ତେଣୁ ପ୍ରକୃତ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏଭଳି ସମସ୍ତ ଅସାଧୁ ବ୍ୟକ୍ତି ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମସ୍ତ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories