www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ପ୍ରଦୀପ ମାଝୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୂର୍ବତନ ନବରଙ୍ଗପୁର ସାଂସଦ ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, କୋରାପୁଟ ବିଧାୟକ ରଘୁରାମ ପଡାଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ପ୍ରଶାସନିକ ସଂସ୍ଥାନର ସଚିବ ସୁମିତା ଦାସ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ମାଝୀ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କଳା, ସଂସ୍କୃତି ଓ ଜୀବନଜୀବିକାକୁ ପାଥେୟ କରି ଆଦିବାସୀ ଭାଇ ଓ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ପାଇଁ ନିଜର ଚେଷ୍ଟା ଜାରି ରଖିବ। ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନହିତରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ସାରକା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ ଓ ଦିଗଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଉନ୍ନୟନ ପରିଷଦର ନବନିଯୁକ୍ତ ଉପଦେଷ୍ଟା ଶ୍ରୀ ମାଝୀ ଓ ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୯ଟି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଉପସ୍ଥିତ ରହି ଆଦିବାସୀମାନଙ୍କ ବିକାଶରେ ନିଜକୁ ନିୟୋଜିତ କରିବାକୁ ପ୍ରତିବଦ୍ଧତା ଜାହିର କରିଥିଲେ।

- Advertisement -

ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୯ଟି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯଥା: ମୟୂରଭଞ୍ଜର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, କେନ୍ଦୁଝରର ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ, ମାଲକାନଗିରିର ଅଧ୍ୟକ୍ଷ ଆଦମା ରବା, କୋରାପୁଟର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ନବରଙ୍ଗପୁରର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ରାୟଗଡ଼ାର ଅଧ୍ୟକ୍ଷ ଅନୁସୂୟା ମାଝୀ, ଗଜପତିର ଅଧ୍ୟକ୍ଷ ମରିଅମ୍‌ ରାଇତୋ, କନ୍ଧମାଳର ଅଧ୍ୟକ୍ଷ ରୋଦନ ମଲ୍ଲିକ, ସୁନ୍ଦରଗଡ଼ର ଅଧ୍ୟକ୍ଷ ବିନୟ ଟୋପୋ, ମୟୁରଭଞ୍ଜର ଉପାଧ୍ୟକ୍ଷ କମଳା ତିରିଆ, କେନ୍ଦୁଝରର ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ମାଲକାନଗିରିର ଉପାଧ୍ୟକ୍ଷ ରାଇଲା ନାଇକ, କୋରାପୁଟର ଉପାଧ୍ୟକ୍ଷ ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁରର ଉପାଧ୍ୟକ୍ଷ ଭାନୁମତୀ ପୂଜାରୀ, ରାୟଗଡ଼ାର ଉପାଧ୍ୟକ୍ଷ ବନମାଳୀ କାଡ୍ରାକା, ଗଜପତିର ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, କନ୍ଧମାଳର ଉପାଧ୍ୟକ୍ଷ ନଳିନୀ କହଁର ଓ ସୁନ୍ଦରଗଡ଼ର ଉପାଧ୍ୟକ୍ଷ ସୁଶୀଳା ଟୋପନୋଙ୍କୁ ସମ୍ମାନିତ କରାଯିବା ସହ ସ୍ୱାଗତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories