www.samajalive.in
Sunday, December 14, 2025
26.1 C
Bhubaneswar

କୋରାପୁଟ ସାଂସଦଙ୍କ ନିୟମଗିରି ପାରଶାଲି ପଞ୍ଚାୟତ ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସାଲି ପଞ୍ଚାୟତକୁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଗସ୍ତ କରି ଜଙ୍ଗଲ ଜମି ପଟା ପ୍ରଦାନ ସହ ୪ଜି ଓ ଜିଓ ନେଟୱର୍କ ଶୁଭ ଉଦଘାଟନ କରିଛନ୍ତି। ସାଂସଦ ଶ୍ରୀ ଉଲ୍ଲାକା ପାରସାଲି ଗସ୍ତ କରି ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଡଙ୍ଗରିଆ କନ୍ଧଙ୍କ ସୁବିଧା ପାଇଁ କରାଯାଇଥିବା ୪ଜି ଓ ଜିଓ ନେଟୱର୍କର ଶୁଭ ଉଦଘାଟନ କରିଥିଲେ । ଏହାପରେ ପାହାଡର ୬ଟି ଡଙ୍ଗରିଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ । ଏମାନଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ କରିଥିଲେ । ନିୟମ ଗିରିର ଡଙ୍ଗରିଆଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ କାନସୁର ଶିକ୍ଷାନିକେତନ ପରିଦର୍ଶନ କରି ସମସ୍ୟା ବୁଝିଥିଲେ । ପରେ ନାରାୟଣପୁର କଲ୍ୟାଣ ମଣ୍ଡପଠାରେ କନ୍ଧ କୂଳ ସମାଜ ସହିତ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସାଂସଦ ନିୟମଗିରିରେ ନେଟୱର୍କ ସୁବିଧା ନଥିବାରୁ ପାର୍ଲାମେଣ୍ଟରେ ଲାଗି ଉକ୍ତ ଅଞ୍ଚଳରେ ଏକ ଟାୱାର ବସାଇଥିଲେ । ତାହାକୁ ଆଜି ଉଦଘାଟନ କରିଥିଲେ । ନିୟମଗିରିବାସୀଙ୍କ ବହୁ ଦିନ ପରେ ନେଟୱର୍କ ପାଇଥିବାରୁ କୃତଜ୍ଞତା ଜଣାଇଥିଲେ । ଏଥିରେ କଂଗ୍ରେସର ଜିଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ ନେତା ସିହେଚ ନାଗେଶ ରାଓ, ସରପଞ୍ଚ ଗୌତମ ବାର୍ଲ, ଲକ୍ଷ୍ମୀ କାଡ୍ରାକା, ସମିତି ସଭ୍ୟ ବିକାଶ ବାଗ, ତହସିଲଦାର ସୁଧାକର ରଇତ, ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକାଙ୍କ ସମେତ କଂଗ୍ରେସ ଦଳୀୟ କର୍ମୀ, ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories