www.samajalive.in
Wednesday, December 10, 2025
15.1 C
Bhubaneswar

ନିୟମଗିରିରେ ମାଓବାଦୀ ବିରୋଧୀ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲାରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ନିୟମଗିରି ପର୍ସାଲି ପଞ୍ଚାୟତରେ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ମାଓବାଦୀଙ୍କ ବିରୋଧରେ ୫ଟି ପୋଷ୍ଟର ମରାଯାଇଥିବାବେଳେ କଲ୍ୟାଣସିଂହପୁର ସଦର ପ୍ରାଥମିକ ବିଦ୍ୟାଳୟ ପାଚେରିରେ ଗୋଟିଏ ପଷ୍ଚୋର ଲାଗିଥିବା ଦେଖାଯାଇଛି। ଏହି ପୋଷ୍ଟରରେ ନିୟମଗିରି ଅଞ୍ଚଳର ବିକାଶ ପାଇଁ ଆହ୍ବାନ କରାଯାଇଛି।

- Advertisement -

ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଅଞ୍ଚଳର ଉନ୍ନତି ପାଇଁ ରାସ୍ତାଘାଟ କେବେ ତିଆରି ହେବ ? ନିୟମଗିରି ସୁରକ୍ଷା ସମିତି ନାଁରେ କେତେଦିନ ନିରୀହ ଡଙ୍ଗରିଆଙ୍କୁ ଅତ୍ୟାଚାର ଚାଲୁ ରହିବ ? ରାସ୍ତାକାମ ଠିକାଦାରଙ୍କଠାରୁ ଚାନ୍ଦା ଆଦାୟ କେବେ ବନ୍ଦହେବ ? ଉନ୍ନତିମୂଳକ କାର୍ଯ୍ୟ କରୁଥିବା ଯୁବକମାନଙ୍କୁ ମାଓବାଦୀଙ୍କ ନାମରେ ହତ୍ୟା ଧମକ କେବେ ବନ୍ଦହେବ ? ରାସ୍ତାକାର୍ଯ୍ୟରେ ଲାଗିଥିବା ଗାଡିମୋଟର ପୋଡିଦେବା ପାଇଁ  ମାଓବାଦୀଙ୍କୁ କିଏ କହୁଛି ବୋଲି ପୋଷ୍ଟରରେ ପ୍ରଶ୍ନ କରାଯାଇଛି। ସେହିପରି ମାଓବାଦୀଙ୍କ କାର୍ଯ୍ୟକଳାପକୁ ନେଇ ନିୟମଗିରି ସୁରକ୍ଷା ସମିତି ଚୁପ୍‌ କାହିଁକି। ଏହି ସମିତି ମାଓବାଦୀଙ୍କୁ ସାହାଯ୍ୟ କରୁଛି କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ଏହା ସହିତ ଅଞ୍ଚଳ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories