www.samajalive.in
Wednesday, December 10, 2025
16.1 C
Bhubaneswar

‘ଗାନ୍ଧି ନାଗରିକତା ଶିକ୍ଷା ପୁରସ୍କାର’ ପ୍ରଦାନ କରିବେ ପର୍ତ୍ତୁଗାଲ ସରକାର

ନୂଆଦିଲ୍ଲୀ: ମହାତ୍ମାଗାନ୍ଧିଙ୍କ ଆଦର୍ଶକୁ ଭିତ୍ତିକରି ପର୍ତ୍ତୁଗାଲ ସରକାର ଚଳିତ ବର୍ଷଠାରୁ ଗାନ୍ଧି ନାଗରିକତା ଶିକ୍ଷା ପୁରସ୍କାର ପ୍ରଦାନ କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋସ୍ତା ଏହି ବିଷୟ ଘୋଷଣା କରି କହିଛନ୍ତି, ଚଳିତ ବର୍ଷ ପ୍ରାଣୀ ମଙ୍ଗଳ ପ୍ରସଙ୍ଗକୁ ଭିତ୍ତିକରି ଏହି ପୁରସ୍କାର ପ୍ରଦାନ କରାଯିବ। ଗୋଟିଏ ଦେଶର ପ୍ରାଣିସମ୍ପଦର ସୁରକ୍ଷା ସେହି ଦେଶର ମହାନତା ପ୍ରତିପାଦନ କରୁଥିବା ଗାନ୍ଧିଙ୍କ ମନ୍ତବ୍ୟକୁ ଉଦ୍ଧାର କରି କୋସ୍ତା ଏହା କହିଛନ୍ତି। ଗତକାଲି ରାଷ୍ଟ୍ରପତି ଭବନରେ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ଗଠିତ ରାଷ୍ଟ୍ରୀୟ କମିଟିର ଦ୍ୱିତୀୟ ବୈଠକରେ ଯୋଗଦେଇ ସେ ଏହି ପୁରସ୍କାର ବିଷୟ ଘୋଷଣା କରିଛନ୍ତି।

ବୈଠକରେ ଉପସ୍ଥିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାରା ବିଶ୍ୱରେ ମହାତ୍ମାଗାନ୍ଧିଙ୍କ ଶାନ୍ତି, ସମାନତା ଏବଂ ଅହିଂସା ଭଳି ଆଦର୍ଶର ଆଦର ରହିଥିବା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ବିଶ୍ୱ ଜଳବାୟୁର ପ୍ରଭାବ ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରତ୍ୟେକ ନାଗରିକ ସେମାନଙ୍କ ଜୀବନରେ ଗାନ୍ଧିଜୀଙ୍କ ଭାବନାକୁ ପ୍ରତିଫଳିତ କରିବା ଆବଶ୍ୟକ। ଆଜିର ବିଶ୍ୱ ଗାନ୍ଧିଙ୍କ ବିଷୟରେ ଜାଣିବା ଏବଂ ତାଙ୍କ ଆଦର୍ଶକୁ ଗ୍ରହଣ କରିବାପାଇଁ ଚେଷ୍ଟିତ ବୋଲି ମୋଦୀ କହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories