www.samajalive.in
Wednesday, December 10, 2025
23.1 C
Bhubaneswar

ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜୁନିୟର ରେଡକ୍ରସ ଶିବିରରେ ଆଇନ ସାକ୍ଷରତା ସଚେତନତା

ପାଟଣା : ସତ୍ୟନାରାୟଣ ବିଦ୍ୟାପୀଠ ଢେଙ୍କିକୋଟ ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ଜୁନିୟର ରେଡକ୍ରସ ଟ୍ରେନିଂ କ୍ୟାମ୍ପ ର ଦ୍ବିତୀୟ ଦିବସରେ ଶୁକ୍ରବାର କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ପ୍ରାଧିକରଣର ସଂପାଦକ ଜଷ୍ଟିସ ବର୍ଣ୍ଣାଳୀ ତ୍ରିପାଠୀ ଯୋଗଦେଇ ଉପସ୍ଥିତ ଜୁନିଅର ରେଡକ୍ରସ ଛାତ୍ରଛାତ୍ରୀ ମାନଙ୍କୁ ସବଳର ଦୁର୍ବଳ ଉପରେ ଅତ୍ୟାଚାର ର ନ୍ୟାୟୀକ ପନ୍ଥା , ଶିଶୁ ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁ ନିର୍ଯ୍ୟାତନା ଆଇନ ସମ୍ପର୍କରେ ଜୁନିୟର ରେଡକ୍ରସ ପ୍ରଶିକ୍ଷାର୍ଥୀ ମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଶାରିରୀକ ଶିକ୍ଷା ପରିଦର୍ଶକ ସରଦାର ବାରିକଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଘଟଗାଁ ବ୍ଲକ ଶିକ୍ଷାଧିକାରୀ କ୍ଷେତ୍ର ମୋହନ ହାସଂଦା ପ୍ରମୁଖ ଯୋଗ ଦେଇଥିବା ବେଳେ ଦ୍ବିତୀୟ ଦିବସରେ କ୍ରିଡା ଶିକ୍ଷକ ଭୀମସେନ ମହାନ୍ତ ଙ୍କ ପରିଚାଳନା ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷାର୍ଥୀଙ୍କ ଦ୍ଵାରା ଶିବିର ସଫେଇ ଅବକାଶ ପରେ ବକ୍ତୃତା ପ୍ରବନ୍ଧ ଚିତ୍ରାଙ୍କନ ସାଧାରଣ ଜ୍ଞାନ ମଜାଳିଆ ଗଣିତ ଖେଳ ଅନୁଷ୍ଠିତ ହୋଇଥିଲା ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories