ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ ଖାଲ; ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ବେଲପଡା ମୁଖ୍ୟ ପୂର୍ତ୍ତ ବିଭାଗ ରାଜ୍ୟ ରାଜ ପଥ(ଏସ. ଏଚ ୪୨) ଅନ୍ତର୍ଗତ କୁର୍ଲି ଗ୍ରାମ-ସଲାଣ୍ଡି ମଧ୍ୟରେ ଧୋବ ଘାଟେନ ମନ୍ଦିର ଆଗକୁ ରାସ୍ତା ମଝିରେ ବଡ଼ ବଡ଼ ଖାଲ ହୋଇଛି। ଫଳରେ ବର୍ଷା ପାଣି ଭରିଯାଇ ରାସ୍ତା ସମାନ ଦେଖାଯିବା ଯୋଗୁଁ ଯାନବାହାନ ବିଶେଷ କରି ବାଇକ ଆରୋହୀ ଜାଣି ନପାରି ଖାଲରେ ପଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମୂଲ୍ୟବାନ ଜୀବନ ହାନି ହେବା ପୂର୍ବରୁ ତୁରନ୍ତ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେଇ ରାସ୍ତା ମରାମତି ପାଇଁ ନିର୍ଦେଶ ଦେବାକୁ ସର୍ବ ସାଧାରଣରେ ଦୃଢ ଦାବୀ ହେଉଛି।

Comments are closed.