www.samajalive.in
Monday, December 15, 2025
16.1 C
Bhubaneswar

ଚାନ୍ଦିପୁଟ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ଜାତୀୟ ପାଠଚକ୍ର 

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦପୁଟ ସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟଠାରେ ପ୍ରଥମ କରି ଦୁଇ ଦିନିଆ ଜାତୀୟ ସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଭାରତରେ ଦଳୀୟ ବ୍ୟବସ୍ଥା ଓ ସମ୍ଭାବନା ପ୍ରସଙ୍ଗକୁ ନେଇ ଆୟୋଜିତ ଜାତୀୟ ପାଠଚକ୍ରରେ ଅନୁଷ୍ଠାନର ଯୁକ୍ତ ତିନି ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସର ପ୍ରାପ୍ତ ପ୍ରଧ୍ୟାପକ ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ପ୍ରଦୀପ ପ୍ରଜଳ୍ବନ କରି ଶୁଭାରମ୍ଭ କରିବା ସହ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବାରଣ ସୃଷ୍ଟି କରିବା ଏବଂ ପ୍ରଗତିଶୀଳ ଦେଶରେ ରାଜନୌତିକ ଦଳୀୟ ଭୂମିକା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ବିଳାଶପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟର ପ୍ରଧ୍ୟାପକ ରାମ କୃଷ୍ଣ ପ୍ରଧାନ ହାଇବ୍ରୀଡ୍ ମୋଡ ତଥା ଭିଡିଓ କନଫେରନ୍ସି ମାଧ୍ୟରେ ଯୋଗଦେଇ ରାଜନେତା ଓ ଦଳ ମାନେ ନିଜର ଦାୟୀତ୍ବ ବୋଧତା ରଖିଲେ ଦେଶରେ ରାଜନୈତିକ ବ୍ୟବସ୍ଥାରେ ସ୍ଥିରତା ଆସିପାରିବ ବୋଲି କହିଥିଲେ। ସେହିପରି ନାଗାଲାଣ୍ଡ ବିଶ୍ବବିଦ୍ୟାଳୟ ପ୍ରଧ୍ୟାପକ ଡ. ଘାସରଥି ଭୁଆଁ ଯୋଗଦେଇ ରାଜନୈତିକ ପୁନଃଗଠନରେ ଗାଣତାନ୍ତ୍ରିକ ସାଙ୍ଗଠନିକ ବ୍ୟବସ୍ଥା ଉପେର ଆଲୋକ ପାତ କରିଥିଲେ। । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଧେଶକ ଏଲ. କେ. ତ୍ରୀପାଠୀ , ଉପନିର୍ଦ୍ଧେଶକ ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗଦେଇ ଉତ୍ସାହିତ କରିଥିଲେ। ଏହି ଅବସରରେ ରାଜ୍ୟ ତଥା ବାହାର ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫ରୁ ଅଧିକ କଲେଜର ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇ ନିଜ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ଆଲୋଚନା ପାଠଚକ୍ରରେ ପ୍ରଦର୍ଶନ କରିଥିଲେ । ବିଭାଗୀୟ ଅଧ୍ୟାପକ ଡ. ସନ୍ୟାସି ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଭାଗୀୟ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories