www.samajalive.in
Saturday, December 6, 2025
16.1 C
Bhubaneswar

ନାକଟିଦେଉଳରେ ନିର୍ବାଚନୀ ହିଂସା, ଜଣେ ଆହତ

ନାକଟିଦେଉଳ: ଓଡ଼ିଶାରେ ଆଜି ତୃତୀୟ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟର ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ମତଦାନ ହେଉଛି । ତେବେ ନିର୍ବାଚନକୁ କେନ୍ଦ୍ର କରି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଞ୍ଚଳରେ ଏକ ମତଦାନ କେନ୍ଦ୍ର ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଵଧ ଆକ୍ରମଣରେ ଜଣେ ଗୁରୁତର ହୋଇ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ଏହି ନିର୍ବାଚନୀ ହିଂସା ଘଟିଛି ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନ ରେଢ଼ାଖୋଲ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଗଦାଧରପୁର ଗ୍ରାମରରେ । ପ୍ରାପ୍ତ ସୂଚନା ଅନୁସାରେ ଗଦାଧରପୁର ଗ୍ରାମର ୨୩୨ ନମ୍ବର ବୁଥରେ ଶନିବାର ସକାଳୁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ସକାଳ ପ୍ରାୟ ୧୦ ଟା ସମୟରେ ଗ୍ରାମର ଜଣେ ଯୁବକ ବୁଥ ସମ୍ମୁଖରେ ଟଙ୍କା ବାଣ୍ଟି ଭୋଟର ମାନଙ୍କୁ ପ୍ରଲୋଭିତ କରୁଥିଲେ। ତେବେ ଏହି ସମୟରେ ଗ୍ରାମର ଶୁଭବ୍ରତ ପଣ୍ଡା ନାମକ ଜଣେ ଯୁବକ ସେଠାରେ ପହଞ୍ଚି ଏହି କାର୍ୟ୍ୟ କଳାପକୁ ବିରୋଧ କରିଥିଲେ । ଏଥିରେ ଟଙ୍କା ବାଣ୍ଟୁଥିବା ଯୁବକ ଜଣଙ୍କ ହଠାତ ପ୍ରତିକ୍ରିୟା ଶୀଳ ହୋଇ ତାଙ୍କର ୩ଜଣ ସହଯୋଗୀଙ୍କ ସହିତ ମିଶି ସଂଘଵଧ ଭାବେ ଶୁଭବ୍ରତ ପଣ୍ଡାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ।
ଏହି ସମୟରେ ତାଙ୍କର ବାପା ସୁନନ୍ଦ ପଣ୍ଡା ସେଠାରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ଆମର କିଏ କଣ କରିବ ବୋଲି କହି ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ । ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ଆହତ ଶୁଭବ୍ରତଙ୍କୁ ଚିକିତ୍ସା ପାଇଁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories