www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଏସିରେ ମିଳୁଛି ୨୨ ହଜାର ଟଙ୍କାର ଡିସ୍‌‌କାଉଣ୍ଟ

ସମାଜ ଡିଜିଟାଲ ଡେସ୍କ: ଅସହ୍ୟ ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏୟାର କଣ୍ଡିସନର (ଏସି) ଉପରେ ବହୁମାତ୍ରାରେ ନିର୍ଭର କରିଥାନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଏସି ଉପରେ ବଡ଼ ବଡ଼ ଅଫର ଦେଉଛନ୍ତି। ଏବେ ଡାଇକିନ୍‌‌ କମ୍ପାନୀ ଏହାର ଏସି ଉପରେ ଜବରଦସ୍ତ ଡିସକାଉଣ୍ଟ ଦେଉଛି। କମ୍ପାନୀ ଏହାର ୧.୫ ଟନ୍‌‌ ସ୍ପ୍ଲିଟ୍‌‌ ଏସି ଭାରିଆଣ୍ଟରେ ୨୨ ହଜାର ଟଙ୍କାର ଡିସକାଉଣ୍ଟ ଘୋଷଣା କରିଛି।

ଏହି ଏସିରେ ୫ ଷ୍ଟାର ଟେକ୍ନୋଲୋଜିର ବ୍ୟବହାର ହୋଇଛି। ଏହାର ବଜାର ମୂଲ୍ୟ ୬୭ ହଜାର ୨୦୦ ଟଙ୍କା ରହିଛି। କମ୍ପାନୀ ଏହା ଉପରେ ୩୨ ପ୍ରତିଶତ ରିହାତି ସୁବିଧା ଦେଉଛି, ଯାହା ଫଳରେ ଡିସକାଉଣ୍ଟ ପରେ ଏସି ମୂଲ୍ୟ ୪୫ ହଜର ୪୯୦ ଟଙ୍କାକୁ ଖସି ଆସିଛି। ଏହା ସହିତ କିଛି କାର୍ଡ ଅଫର ମଧ୍ୟ ରହିଛି।
ଏହି ଉତ୍ପାଦ ଉପରେ କମ୍ପାନୀ ପକ୍ଷରୁ ୧ବର୍ଷର ୱାରେଣ୍ଟି ଦିଆଯାଉଛି। ସେହିପରି ୧୦ ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି ମଧ୍ୟ ଦିଆଯାଉଛି। ସେହିପରି କମ୍ପାନୀ ତରଫରୁ ପିସିବି ଉପରେ ୫ ବର୍ଷ ଏବଂ କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଣ୍ଟି ରହିଛି। ଅନ୍ୟ ସାଧାରଣ ଏସି ତୁଳନାରେ ଏହା କମ୍‌‌ ବିଜୁଳି ବିନିଯୋଗ କରୁଥିବାରୁ ଏଥିରେ ବିଜୁଳି ବିଲ୍‌‌ କମ୍‌‌ ଆସିବ।

- Advertisement -

ଏହି ଏସିରେ ଅନେକ ଫିଚର୍ସ ରହିଛି। ଯେପରି କି ଏସିରେ କପର୍‌‌ କଣ୍ଡେନ୍‌‌ସର ବ୍ୟବହାର କରାଯାଇଛି, ଯାହା ରୁମ୍‌‌କୁ ଅଧିକ ଥଣ୍ଡା କରିବାରେ ସହାୟକ ହୋଇଥାଏ। ଏସି ସହିତ ଇନଭର୍ଟର ଥିବାରୁ କମ୍‌‌ ବିଦ୍ୟୁତ ବିନିଯୋଗ ହେବ। କୁଲିଂ ଠାରୁ ଆରମ୍ଭ କରି ସମସ୍ତ ଦୃଷ୍ଟିରୁ ଏହା ଏକ ଭଲ ଉତ୍ପାଦ ବୋଲି କମ୍ପାନୀ ଦାବି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories