www.samajalive.in
Sunday, December 7, 2025
26.1 C
Bhubaneswar

ନେପାଳରେ ରାଜନୈତିକ ସଙ୍କଟ; ପ୍ରଧାନମନ୍ତ୍ରୀ ଓଲିଙ୍କ ଅଡୁଆ ବଢ଼ିଲା, ଦେଇପାରନ୍ତି ଇସ୍ତଫା

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ନିଜ ଦଳର ସଦସ୍ୟ ଏବେ ତାଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି। ଏହି ପରିପ୍ରେକ୍ଷୀରେ ଓଲି ଗୁରୁବାର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ଭେଟିଛନ୍ତି। ଏହା ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ସଂସଦର ବଜେଟ ଅଧିବେଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ୍‌ ବୈଠକରେ ଓଲି ଉପସ୍ଥିତ ନ ଥିବା କୁହାଯାଉଛି।

- Advertisement -

ବୁଧବାର ବଲୱତାରରେ ଅନୁଷ୍ଠିତ କମ୍ୟୁନିଷ୍ଟ ପାର୍ଟିର ସ୍ଥାୟୀ କମିଟି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଲି ସାମିଲ ହୋଇନାହାନ୍ତି। ବୈଠକରେ ଉପସ୍ଥିତ ଏନସିପିର ୧୮ ସଦସ୍ୟଙ୍କ ମଧ୍ୟରୁ ମାଧବ କୁମାର ନେପାଳ, ଝାଲା ନାଥ ଖନାଲ, ବାମଦେବ ଗୌତମ ଏବଂ ନାରାୟଣ କାଜି ଶ୍ରେଷ୍ଠଙ୍କ ସମେତ ୧୭ ବରିଷ୍ଠ ନେତା ଓଲିଙ୍କ ଇସ୍ତଫା ଦାବି କରିଥିଲା। ଓଲିଙ୍କ ଇସ୍ତଫା ଦାବିର ଅନେକ କାରଣ ରହିଛି। କିନ୍ତୁ ଦେଶରେ ସରକାର ଭାଙ୍ଗିବାକୁ ଭାରତ ଉଦ୍ୟମ କରୁଥିବା ଓଲିଙ୍କ ମନ୍ତବ୍ୟ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଓଲିଙ୍କ ଏହି ମନ୍ତବ୍ୟରେ ଦଳର ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଥିଲେ।

ଏହାବ୍ୟତୀତ ଗତ ବୁଧବାର ନେପାଳର ମୁଖ୍ୟ ବିରୋଧୀ ଦଳ ଜନତା ସମାଜବାଦୀ ପାର୍ଟି(ଜେଏସପି) ନାଗରିକତା ବିଲ୍‌କୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ବିଲ୍‌ ଦେଶର ସଂଖ୍ୟାଲଘୁମାନଙ୍କ ପାଇଁ ବିପଦ ବୋଲି ଦଳ କହିଛି। ଜେଏସପି ନେତା ହିଶିଲା ୟାମୀ ଭଟ୍ଟାରାଇ କହିଛନ୍ତି, ସରକାର କରୋନା ଭୂତାଣୁକୁ ନେଇ ଦେଶରେ ଲାଗିରହିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବା ଉପରୁ ଧ୍ୟାନ ହଟାଇ ନାଗରିକତା ସଂଶୋଧନ ବିଧେୟକ ଉପରେ ସ୍ଥାନାନ୍ତରିତ କରିଛନ୍ତି। ବର୍ତ୍ତମାନର ନାଗରିକତା ଅଧିନିୟମ ଅନୁଚ୍ଛେଦ ୫.୧ ଅନୁସାରେ, ଯଦି କୌଣସି ବିଦେଶୀ ମହିଳା ନେପାଳୀ ପୁରୁଷଙ୍କ ବିବାହ କରିବେ ତେବେ ତାଙ୍କୁ ତୁରନ୍ତ ନାଗରିକତା ମିଳିବ। ମାତ୍ର ନେପାଳୀ ମହିଳାଙ୍କୁ ବିବାହ କରୁଥିବା ପୁରୁଷଙ୍କ ପାଇଁ ଏହି ପ୍ରାବଧାନ ନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories