www.samajalive.in
Friday, December 5, 2025
23.1 C
Bhubaneswar

ୟୁପିଏକୁ ‘ଏନଜିଓ’ କହିଲା ଶିବସେନା

ମୁମ୍ବଇ: ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଏକ ଏନଜିଓ ବୋଲି କହିଛି ଶିବସେନା। ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ବାଦକୀୟରେ ଏହା ଉଲ୍ଲେଖ କରିଛି। ଏହା ସହିତ ‘ସାମନା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି। ୟୁପିଏ ଏକ ଏନଜିଓ ପାଲଟି ଯାଇଥିବା ଦର୍ଶାଇ ଏହାର ନେତୃତ୍ଵ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି।

ତେବେ ଶିବସେନାର ଏହି ପଦକ୍ଷେପ ମହାରାଷ୍ଟ୍ରର ମେଣ୍ଟ ସରକାର ମହାବିକାଶ ଅଘାଡ଼ି ଉପରେ କି ପ୍ରଭାବ ପକାଉଛି ତାହା ଦେଖିବା ଲାଗି ରାଜନୈତିକ ବିଶ୍ଳେଷକମାନେ ଚାହିଁ ରହିଛନ୍ତି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ଏବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ୟୁପିଏ ମଙ୍ଗ ଧରିଛନ୍ତି। ଏପରି ସ୍ଥିତିରେ ଶିବସେନାର ଏହି ମନ୍ତବ୍ୟରେ ସିଧାସଳଖ ସୋନିଆଙ୍କୁ ଟାର୍ଗେଟ କରାଯାଇଥିବା ସ୍ପଷ୍ଟ ହେଉଛି।

- Advertisement -

‘ସାମନା’ ସମ୍ପାଦକୀୟରେ କୁହାଯାଇଛି ଯେ, ବିଜେପିର ବିରୋଧ କରିବା ଲାଗି ଯେପର୍ଯ୍ୟନ୍ତ ୟୁପିଏର ସମସ୍ତ ଦଳ ଏକାଠି ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ବିରୋଧୀମାନେ ସରକାର ସମ୍ମୁଖରେ ପ୍ରଭାବହୀନ ରହିବେ। ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀ ରାଜରାସ୍ତାରୁ ପୁଲିସ ଗିରଫ କରିନେଲା, ରାହୁଲ ଗାନ୍ଧୀଙ୍କୁ ଅପହାସ କରାଗଲା, ଏଠାରେ ମହାରାଷ୍ଟ୍ରରେ ସରକାରକୁ କାମ କରିବାରେ ରୋକାଯାଉଛି, ଏସବୁ ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ର ବିରୋଧୀ।

ଏହାବ୍ୟତୀତ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ‘ସାମନା’ରେ ଲେଖାଯାଇଛି ଯେ, କୃଷକମାନଙ୍କ ଦ୍ବାରା ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରହିଛି। ସରକାର ଏହାକୁ ନେଇ ଆଦୌ ଚିନ୍ତିତ ନାହାନ୍ତି। ସରକାରଙ୍କ ଏପରି ବ୍ୟବହାରର କାରଣ ହେଉଛି ଦୁର୍ବଳ ବିରୋଧୀ। ବର୍ତ୍ତମାନର ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ଜୀବ ହୋଇପଡ଼ିଛି। ବିରୋଧୀମାନଙ୍କ ସ୍ଥିତି ଏବେ ଏକ ବନ୍ଧ୍ୟା ଗାଁର ମୁଖିଆ ପଦ ସମ୍ଭାଳିବା ଭଳି। ଏଥିରେ ସୁଧାର ଆଣିବା ଜରୁରୀ। ବିରୋଧୀଙ୍କ ଏପରି ଅବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହା ଦାୟୀ ନୁହନ୍ତି। ଏଥିପାଇଁ ବିରୋଧୀମାନେ ହିଁ ଦାୟୀ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories